ପାଗଳୀ ଉଠାଇ ନେଇ ବଳତ୍କାର ପରେ ଫିଙ୍ଗିଦେଲା ଟ୍ରକ୍ ଡ୍ରାଇଭର

ଭଦ୍ରକ: ଭଦ୍ରକ ସହର ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ରାସ୍ତାକଡ଼ରୁ ଗତକାଲି ବିଳମ୍ବିତ ରାତିରେ ଜଣେ ମାନସିକ ଅନଗ୍ରସର ମହିଳା (ପାଗଳୀ)ଙ୍କୁ ଉଠାଇ ନେଇଥିବା ଟ୍ରକ୍ ଚାଳକକୁ ଗତକାଲି ରାତିରେ ଭଦ୍ରକ ଟାଉନ ଥାନା ପୁଲିସ କେନ୍ଦୁଝରର ଝୁମ୍ପୁରାଠାରୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ସଦାମ ହୁସେନା ଦୁଷ୍କର୍ମ ପରେ ଉକ୍ତ ମହିଳାଙ୍କୁ ସେ ବାଟରେ ଫିଙ୍ଗିଦେଇଥିବା ସଦାମ ହୁସେନ ସ୍ବୀକାର କରିଛି।



ରାତିରେ ସଦାମ ହୁସେନ ଭଦ୍ରକ ଚରମ୍ପାରୁ ଏହି ମାନସିକ ଅନଗ୍ରସର ମହିଳାଙ୍କୁ ନିଜ ଟ୍ରକ୍‌ରେ ଉଠାଇ ନେଇଥିଲା। ତା’ କବଳରୁ ବଞ୍ଚିବା ଲାଗି ମହିଳାଜଣକ ବଡ଼ପାଟିରେ ଚିତ୍କାର କରିଥିଲେ। ହେଲେ ନିଛାଟିଆ ରାତି ଓ କେହି ନଥିବା ସୁଯୋଗରେ ସଦାମ ମହିଳାଙ୍କୁ ଦୁଇ ହାତରେ ଟେକି ନେଇଥିଲା ନିକଟସ୍ତ ଦୋକାନରେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟ ଉତ୍ତୋଳିତ ହୋଇଥିବାବେଳେ ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ୍ ହୋଇଥିଲା।



ଭଦ୍ରକ ଚରମ୍ପାରେ ଘଟିଥିବା ଅତି ଜଘନ୍ୟ ଅପରାଧର ପଡ଼ିଲା ପୁନଃଚ୍ଛେଦ, ବହୁ ତନାଘନା ପରେ #କେଉଁଝର #ଝୁମ୍ପୁରା ଠାରେ ସରିଲା ତଦନ୍ତ… ଅପରାଧୀ ହେଉଛି ଝାଡ଼ଖଣ୍ଡି |ଏବେ ଦେଖିବାକୁ ବାକି ରହିଲା ଏହି କଞ୍ଚା ମାଂସ ଖିଆ #ରାବଣ  କୁ କି ଶାସ୍ତି ମିଳୁଛି । ଆପଣମାନେ କୁହନ୍ତୁ ଏହି ନୃଶଂସ କୁ କି ଶାସ୍ତି ହେବା ଦରକାର😠

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *