ଖୋର୍ଦ୍ଧା, (୦୨/୧୦) :- ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡ଼ାଡିହ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାରତୀୟ ବିଦ୍ୟା ନିକେତନ ପରିସରରେ ଜାତିର ଜନବ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଉଭୟ ମହାପୁରୁଷ ଙ୍କ ତୈଳ ଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ। ସୁକାନ୍ତି ଜେନା , ସମସ୍ତ ଗରୁମା ଓ ଛାତ୍ର ଛାତ୍ରୀ ବୃନ୍ଦ ।

ଏହି କାର୍ଯ୍ୟକ୍ରମକୁ ଗୁରୁମାମାନେ ପରିଚାଳନା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବହୁ ବୁଦ୍ଧିଜୀବୀ ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରାଇବା ଓ ଇତିହାସକୁ ରୋମନ୍ଥନ କରିବାର ପ୍ରୟାସ ବୋଲି ମତ ପ୍ରକାଶ କରିଛନ୍ତି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now