ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ର ମୃତ

ନୟାଗଡ଼ : ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଡାକ୍ତରଙ୍କ ଅବହେଳାରୁ ଶିଶୁ ପୁତ୍ର ମୃତ୍ୟୁ ଅଭିଯୋଗ । ରାଉତରାପୁର ଗାଁର ଜିତେନ୍ଦ୍ର ଦଳେଇଙ୍କ ଅଢ଼େଇ ମାସର ଶିଶୁ ଗତକାଲି ଭ୍ଯାକ୍ସିନ୍ ଟୀକା ଖାଇବା ପରେ ଟିକା ନେଇଥିବା ସ୍ଥାନରୁ ରକ୍ତ ବାହାରିବା କାରଣରୁ ରାତିରେ ପରିବାର ଲୋକେ ଶିଶୁକୁ ମେଡିକାଲ ଆଣିଥିଲେ l ହେଲେ ସୁସ୍ଥ ଅଛି କହି ଡାକ୍ତର ଫେରାଇ ଦେଇଥିଲେ l ପରେ ସକାଳୁ ଅସୁସ୍ଥ ହୋଇଥିଲା ଶିଶୁ ପୁତ୍ର ।  ପୁଣିଥରେ ଆଜି ସକାଳୁ ପରିବାର ଲୋକେ ଶିଶୁକୁ ଡାକ୍ତରଖାନା ଆଣିବା ପରେ ଶିଶୁ ଗୁରୁତର ଥିବା କହି  ଡାକ୍ତର ତାଙ୍କୁ ଆଡମିଶନ କରାଇଥିଲେ । ତେବେ ମାତ୍ର ଅଳ୍ପ ସମୟ ପରେ ଶିଶୁଟିର ମୃତ୍ଯୁ ହୋଇଯାଇଥିଲା । ଡାକ୍ତରଙ୍କ ଅବହେଳା ପାଇଁ ଶିଶୁର ମୃତ୍ଯୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପ୍ରତିବାଦରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସମ୍ପର୍କୀୟ ପୋଲିସ ମୁହାଁମୁହିଁ ହୋଇଥିଲେ l ଏବେବି ଉତ୍ତେଜନା ପରିସ୍ଥିତି ଜାରି ରହିଛି l ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିବା ବେଳେ ଚିକିତ୍ସା ଅବହେଳାକୁ ଏଡିଏମଓ ଅସ୍ବିକାର କରିଛନ୍ତି l ତେବେ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *