ଜିଲ୍ଲା ସ୍ତରୀୟ ସେବା ପଖୱାଡ଼ା ଦିବସ ରେ ବିଶାଳ ଗଣ ଦୌଡ଼ ଅନୁଷ୍ଠିତ

ଖୋର୍ଦ୍ଧା, (୨୧/୦୯):- ଜିଲ୍ଲା ସ୍ତରୀୟ ସେବା ପଖୱାଡା ଦିବସ ଓ ମାରାଥନ ରାଲି ଅନୁଷ୍ଠିତ l ଆଜି ସକାଳ ୬ଘଟିକା ସମୟରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସଦର ମହକୁମା ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ସେବା ପଖୱାଡ଼ା ଦିବସ -୨୦୨୫ ପାଳିତ ହେବାସହ ସେବା ପଖୱାଡା ଏକ ବିଶାଳ ଗଣଦୌଡ ଅନୁଷ୍ଠିତ ହୋଇଯାଇଅଛି l

ଏହି କାର୍ଯ୍ୟକ୍ରମରେ  ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ସେବା ପଖୱାଡା  ଦେଶର ସମସ୍ତ ଜିଲ୍ଲାରେ ପାଳନ କାରାଜାଇ ସବୁ ବର୍ଗର ଜନସାଧାରଣ ମାନଙ୍କୁ ଜାତିର ଜନକ, ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ସ୍ବଚ୍ଛତା ଓ ସେବା ସମସ୍ତେ ଆପେଣେଇବା ନିମନ୍ତେ ଓ ଅନ୍ୟ ମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଏଭଳି କାର୍ଯ୍ୟ କ୍ରମ ପାଳନ କରାଯାଉଅଛି l ସମ୍ମନିତ ଅତିଥି  ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କହିଲେଯେ ସେବା ପର୍ବ ପାଳନ ଆମ ସମସ୍ତଙ୍କ ପାଇଁ ଅତି ଆନନ୍ଦ ଓ ଗର୍ବର କଥା l ପ୍ରତ୍ୟେକ ନାଗରିକଙ୍କର ଧର୍ମ ସେବା ହିଁ ପରମ କର୍ତ୍ତବ୍ୟ ହେବା ଦରକାର l ଏହି ଭାବନାକୁ ସମସ୍ତଙ୍କ ମଧ୍ୟରେ ଜାଗ୍ରତ କରିବାକୁ ଓ ପ୍ରଚାର ପ୍ରସାର ନିମନ୍ତେ ଏହି ସେବା ପର୍ବ   ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟଜନ କରାଯାଇଅ ଛି l ସମ୍ମାନିତ ଅତିଥି ଭାବେ ଉପଜିଲ୍ଲପାଳ କିଶୋର ଚନ୍ଦ୍ର ପଣ୍ଡା ଯୋଗଦେଇ ସେବା ପଖୱାଡା ପାଳନରେ ସ୍ବଚ୍ଛତା ହେଉଛି ମୂଳ ମନ୍ତ୍ର ବୋଲି ପ୍ରକାଶ କରିଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନାଦି ଚରଣ ସେଠୀ ଯୋଗଦେଇ ସେବା ପଖୱାଡା ଭାରତ ସରକାରଙ୍କ ଏକ ଯୁବ ପ୍ରେରଣାଦାୟୀ କାର୍ଯ୍ୟ କ୍ରମ ବୋଲି ପ୍ରକାଶ କରିଥିଲେ l

ପରେ ମୁଖ୍ୟ ଅତିଥି ଆରକ୍ଷୀ ଅଧିକ୍ଷକ ଶ୍ରୀ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ଏବଂ ଅନ୍ୟ ଅତିଥି ମାନେ ସେବା ପଖୱାଡା ବିଶାଳ ଗଣଦୌଡ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ସେବା ପର୍ବ ରାଲି ବିଜୁଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ରୁ ବାହାରି ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ପଲାତୋଟା ଛକ ଜାତୀୟରାଜପଥ ୧୬ ଅତିକ୍ରମ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଦେଇ ବିଜୁଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମରେ ପହଞ୍ଚି ଥିଲେ l ବିଭିନ୍ନ ବର୍ଗର ଯଥା ପୋଲିସ, ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ,ପି ଏନ୍ କଲେଜ, ତାପଙ୍ଗ ଗଡ ଯୋଗ ଟିମ୍, କ୍ରୀଡ଼ା ବିତ୍, ଜିଲ୍ଲା କ୍ରୀଡ଼ା ସାଂସଦ କର୍ମକର୍ତ୍ତା, ବୁଦ୍ଧିଜୀବୀ, ସରକାରୀ ଅଧିକାରୀ ମାନଙ୍କୁ ନେଇପ୍ରାୟ ପାଞ୍ଚ ସହ ଯୁବ ଛାତ୍ର ଛାତ୍ରୀ,ଓ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିଥିଲେ l ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ସେବା ପଖୱାଡା ୨୦୨୫ ପାଳନ ରେ ମୁଖ୍ୟ ଅତିଥି ଓ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ଦିବସ ପାଳନର ଉଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଭାରପ୍ରାପ୍ତ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ, ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ସତ୍ୟକାନ୍ତ ମନୋରଞ୍ଜନ ଜେନା, ଜିଲ୍ଲା କାର୍ଯ୍ୟାଳୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀ ଓ ଅଗ୍ରଣୀ ଗଣମାଧ୍ୟମ ପ୍ରତିନିଧିବୃନ୍ଦ ଯୋଗ ଦେଇଥିଲେ l ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ସେବା, ଅଗ୍ନିଶମ ସେବା, ଟ୍ରାଫିକ ପରିଚାଳନା ସେବା ଯୋଗାଇ ଦିଆଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ନିର୍ଦ୍ଦେଶନାରେ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା ଙ୍କ ପରିଚାଳନାରେ ଜିଲ୍ଲା ସ୍ତରୀୟ ସେବା ପଖୱାଡା – 2025 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *