୪୨ତମ ସାମ୍ବତ୍ସରିକ ଉତ୍ସଵ ପାଳନ କଲା ହଳଦିଆ ମହାବିଦ୍ୟାଳୟ

ଖୋର୍ଦ୍ଧା :- ଶିକ୍ଷା କ୍ଷେତ୍ରରେ ହଳଦିଆ ଇତିହାସ ବେଶ ପୁରାତନ ତଥା ଗୌରବପୂର୍ଣ । ଏହି ହଳଦିଆର ବରପୁତ୍ର ଶ୍ରୀ ଅଭିରାମ ଭଞ୍ଜ ୧୮୮୦ ମସିହାରେ ଉତ୍କଳ ଗୌରବ ଶ୍ରୀ ମୁଧୁସୂଦନ ଦାସଙ୍କ ପରେ ଓଡ଼ିଶାର ଦ୍ଵିତୀୟ ବ୍ୟକ୍ତି ଭାବେ ସ୍ନାତକୋତ୍ତର ହାସଲ କରିବାର ର ଅନନ୍ୟ ଗୌରବର ଅଧୁକାରୀ ହୋଇଥିଲେ

ହଳଦିଆ ନିମ୍ନ ପ୍ରାଥମିକ ବିଦ୍ୟାଳୟ ୧୯୦୦ ମସିହା ରେ, ମଧ୍ୟ ଇଂ ରଂରାଜୀ ବିଦ୍ୟାଳୟ ୧୯୪୪ ଏବଂ ଉଚ୍ଚ ବିଦ୍ୟାଳୟ ୧୯୫୭ ମସିହାରେ ସ୍ଥାପିତ ହୋଇଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଅନେକ ବର୍ଷ ଧରି ଏହି ଅଞ୍ଚଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଯୋଗ ତଥା ସମ୍ଭାବନାର ଘୋର ଅଭାବ ଥିଲା ।

ହଳଦିଆ ଅଞ୍ଚଳରେ ଏକ ମହାବିଦ୍ୟାଳୟ ଆବଶ୍ୟକତା  କାଳକ୍ରମେ ଅଧିକରୁ ଅଧିକ ଅନୁଭୁତ ହୋଇଥିଲା ଏବଂ ଏହି ଆବଶ୍ୟକ‌ତା ସୃଷ୍ଟି କରିଥିଲା ଏକ ସ୍ଵପ୍ନ । ଆତ୍ମ ସେହି ସ୍ଵପ୍ନକୁ ସାକାର କରିବା ପାଇଁ ଆଗେଇ ଆସିଥିଲେ ଅଞ୍ଚଳର ଅନେକ ବୁଦ୍ଧିଜୀବି ତଥା ବିଶିଷ୍ଟ ବ୍ୟକ୍ତିତ୍ଵ ମାନେ ।

ସେମାନଙ୍କ ମଧ୍ୟରୁ ଅଗ୍ରଣୀ ଭୂମିକାରେ ଥିଲେ ରତ ଚନ୍ଦ୍ର ମିଶ୍ର, ସ୍ଵର୍ଗତଃ  ଜାନକୀ ରାମ ଭଞ୍ଜ, ଡ. ଭଗବାନ ପ୍ରକାଶ, ସ୍ୱର୍ଗତଃ  ବାସୁଦେବ ଭଞ ଭଞ୍ଜ,  ପୂର୍ଣଚନ୍ଦ୍ର ରାଉତ,  କୃଷ୍ଣଚନ୍ଦ୍ର ପଟ୍ଟନାୟକ,  ରାମଚନ୍ଦ୍ର ମିଶ୍ର, ସ୍ଵର୍ଗତଃ  ମହେଶ୍ଵର ମହାନ୍ତି, ସ୍ଵର୍ଗତ ସୁଦର୍ଶନ ସାହୁ,  ଦେବେନ୍ଦ୍ର ନାଥ ସାମନ୍ତରାୟ, ସ୍ୱର୍ଗତ ର୍ଗତ ଶେଷଦେବ ଲେଙ୍କା ଓ ସ୍ଵର୍ଗତ ମାଧବାନନ୍ଦ ବରାଡ । ସେମାନଙ୍କ ଅହରହ ପ୍ରଚେଷ୍ଟା ତଥା ସ୍ଥାନୀୟ ଜନସାଧାରଣଙ୍କ ଅବଦାନ ଏବଂ ସହଯୋଗ ର ଫଳ ସ୍ଵରୂପ ୧୯.୯.୧୯୮୩ ଦିବସରେ ଜନ୍ମ ଏହି ମହାବିଦ୍ୟାଳୟ ।

ସେହି ବର୍ଷ +୨ ସ୍ତରରେ କଳା ଓ ବାଣିଜ୍ୟ ସ୍ରୋତ ଖୋଲିଥିଲା ଏବଂ ବିଜ୍ଞାନ ୩ ଙ୍କରେ ସମ୍ମାନ ସ୍ରୋତ ୧୯୯୫ ରେ ଆରମ୍ଭ ହୋଇଥୁଲା, ଉଚ୍ଚଶିକ୍ଷା ସ୍ତରରେ କଳା, ବାଣିଜ୍ୟ ଏବଂ ବିଜ୍ଞାନ ଜ୍ଞାନ ସ୍ତୋତ ନେଇଥିଲା ଯଥାକ୍ରମେ ୧୯୮୯, ୧୯୯୮ ଏବଂ ୨୦୧୭ ମସିହାମାନଙ୍କରେ । +୩ କଳା ସ୍ରୋତରେ ଇତିହାସ, ରାଜନୀତି ବିଜ୍ଞାନ, ଓଡ଼ିଆ ଆରମ୍ଭ ହୋଇଥିଲା । ଯଥାକ୍ରମେ ୧୯୯୮, ୨୦୦୪ ଆକ।ଉଣ୍ଟିଙ୍ଗ ସମ୍ମାନ ଆରମ୍ଭ ହୋଇଥିଲା ୨୦୦୪ ସ୍ରୋତରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଶାସ୍ତ୍ର, ଉଭିଦ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନରେ ସମ୍ମାନ ଆରମ୍ଭ ହୋଇଥିଲା ୨୦୨୨ ମସିହାରେ । ଏବଂ ଅର୍ଥନୀତି ବିଭାଗମାନଙ୍କ ଏବଂ ୨୦୧୬ ମସିହାରେ,ବାଣିଜ୍ୟ ସ୍ରୋତରେ ମସିହାରେ । ସମୟ କ୍ରମେ ଯୁକ୍ତ-୩ ବିଜ୍ଞାନ ତିନୋଟି ପ୍ରକୋଷ୍ଠ ନେଇ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଳୟର ଶ୍ରେଣୀ ଗୃହ ସଂଖ୍ୟା ଆଜି ୩୦ ରେ ପହଞ୍ଚି ସାରିଛି । ମହାବିଦ୍ୟାଳୟ କର୍ମଚାରୀ ସଂଖ୍ୟା ପ୍ରାରମ୍ଭିକ ୧୧ ରୁ ବୃଦ୍ଧି ହୋଇ ୪୪ ରେ ପହଞ୍ଚୁଛି ।

ମାତ୍ର ୧୭ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ହାବିଦ୍ୟାଳୟର ଅନୁମୋଦିତ ସ୍ଥାନ ସଂଖ୍ୟା ୧୫୦୦  ରେ ପହଞ୍ଚ୍ ସାରିଛି । ବିଜ୍ଞାନ ବିଷୟ ଗୁଡିକର ପ୍ରୟୋଗଶାଳା ମାନଙ୍କର ଉଭୟ ଦୈହିକ ତଥା ଗୁଣାତ୍ମକ ଅଭିବୃଦ୍ଧି ହୋଇପାରିଛି । ମହାବିଦ୍ୟାଳୟର ପାଠାଗାରର ପ୍ରସାର ହେବା ସହିତ ଏକ ‘ଇ ଲାଇବ୍ରେରୀ’ ଖୋଲିଛି । ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଇଁ ସୁଲଭ କମ୍ପ୍ୟୁଟର ଶିକ୍ଷା ସୁଯୋଗ ସୃଷ୍ଟି ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ OKCL ମଧ୍ୟରେ ଅନୁ ଅନୁବନ୍ଧିତ ସ୍ଵରୂପ ଏକ Knowledge Centre ଖୋଲାଯାଇଛି । ବିଗତ ୪୨ ବର୍ଷ ମଧ୍ୟରେ ମହାବିଦ୍ୟାଳୟ ର କଳେବର ଉତ୍ତରୋତ୍ତର ଭାବେ ବୃଦ୍ଧି ପାଇଛି ଏହା ଅସ୍ଵୀକାର କରିହେବ ନାହିଁ । କିନ୍ତୁ ୪୨ ବର୍ଷ ମାନବ ଜୀବନରେ ଏକ ଦୀର୍ଘ ସମୟ ହେଲେ ଏକ ଅନୁଷ୍ଠାନ ଜୀବନରେ ଏହା ଏକ ସ୍ଵଳ୍ପ ସମୟ । ବର୍ତମାନ ମହାବିଦ୍ୟାଳୟ କୈଶୋରାବସ୍ଥା ଅତିକ୍ରମ କରି ଯୌବନ ମଧ୍ୟ ଦେଇ ଗତିକରୁଛି । ତେଣୁ ମହାବିଦ୍ୟାଳୟର ଭବିଷ୍ୟତ ବୃଦ୍ଧି ଏବଂ ବିକାଶ ଅନିର୍ବାଯ୍ୟ । ଏହି ଉତ୍ସବ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ପୂର୍ବତନ ଅଧ୍ୟକ୍ଷ, ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସହ ମୋଟାମୋଟି ଭାବେ କହିବାକୁ ଗଲେ ମହାବିଦ୍ୟାଳୟ ର ପରିବାର ବର୍ଗ ଙ୍କ ଉପସ୍ଥିତିରେ ଉତ୍ସବ ଟି ମହା ସମାରୋହ ରେ ପାଳିତ ହୋଇଯାଇଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *