ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ

ଭୁବନେଶ୍ଵର :- ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ।
ବୈଠକ ପରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ  ଗଣମାଧ୍ୟମ କୁ ଦେଲେ ପ୍ରତିକ୍ରିୟା କହିଲେ ଏହା ଏକ ବିଧିବଦ୍ଧ ବୈଠକ ନଥିଲା ଓ ବୈଠକ ରେ ଅନାସ୍ଥା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ ।ଆମେ ଗଣମାଧ୍ୟମରୁ ଜାଣିଲୁ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି ।ଏହି ପ୍ରସ୍ତାବକୁ ବାଚସ୍ପତି କେବେ ଗ୍ରହଣ କରିବେ ଜଣାନାହିଁ ।ତେଣୁ ଆଗୁଆ ନିଷ୍ପତ୍ତି ନେବା ଠିକ ନୁହଁ । ଅନାସ୍ଥା ସମ୍ପର୍କରେ ଦଳ ଠିକ ସମୟରେ ନିଷ୍ପତ୍ତି ନେବ ।ପ୍ରଥମେ ଏହି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରନ୍ତୁ ।ନଈ ନଦେଖୁଣୁ ଲଙ୍ଗଳା ହେବା ଉଚିତ ନୁହଁ ।
ବିଜୁ ଜନତା ଦଳ ଏକ ବୃହତ୍ତର ବିରୋଧୀ ଦଳ ଓ ସ୍ୱାଧୀନ ଦଳ
ଦଳ ନିଜେ ତାର ନିଷ୍ପତ୍ତି ଠିକ ସମୟରେ ନେବ  ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *