ଖୋର୍ଦ୍ଧା,(୧୮/୯): -ବେଗୁନିଆ ଥାନା ଅନ୍ତର୍ଗତ ଗଡମାଣୀତିର ଗ୍ରାମରେ ଗୁରୁବାର ଦିନ ପୂର୍ବାହ୍ନରେ ପୁଲିସ ଖବର ପାଇ ଅତର୍କିତ ଚଢାଉ କରି ୮.୬୫ମିଲିଗ୍ରାମ ବ୍ରାଉନ ସୁଗର ଓ ବ୍ୟବହୃତ ବୁଲେଟ ଜବତ ସହ ଦୁଇ ଅଭିଯୁକ୍ତକୁ ଧରି କୋର୍ଟ ଚାଲାଣ କରିଛି।

ବେଗୁନିଆ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ସୂଚନା ଅନୁଯାୟୀ ରଣପୁର ଥାନା ଅନ୍ତର୍ଗତ କୋଟଗଡ଼ ଗ୍ରାମର ଦିନେଶ ଶାହା ଓ କାମ୍ପୋ ଦୋରାଙ୍କ ଠାରୁ ବ୍ରାଉନ ସୁଗର୍ ଜବତ ଓ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏହି ବ୍ରାଉନ ସୁଗର ମୂଲ୍ୟ ୮୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
