ସ୍ପେଶାଲ କ୍ରାଇମ ୟୁନିଟ ହାତରେ ଅନ୍ତରାଜ୍ୟ ବନ୍ଧୁକ ଲୁଟେରା ଗ୍ୟାଙ୍ଗ 

ଭୁବନେଶ୍ୱର :-ସ୍ପେଶାଲ କ୍ରାଇମ ୟୁନିଟ ହାତରେ ଅନ୍ତରାଜ୍ୟ ବନ୍ଧୁକ ଲୁଟେରା ଗ୍ୟାଙ୍ଗ  । ବନ୍ଧୁକ ଡିଲ ବେଳେ ମାଡିବସିଲା ସ୍ପେଶାଲ କ୍ରାଇମ ୟୁନିଟ l ୩ ଜଣ ବନ୍ଧୁକ ବେପାରୀଙ୍କ ସମେତ ୮ଟି ସେମି ଅଟୋମେଟିକ ବନ୍ଧୁକ ୩୪ ରାଉଣ୍ଡ ଅଫୁଟା ଗୁଳି, ୩ ଟି କାର, ୪ ଟି ମୋବାଇଲ ଫୋନ ଓ ନଗଦ ଟଙ୍କା ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ l ଗିରଫ ୩ ଜଣ ଅଭିଯୁକ୍ତ ହେଲେ ଝାରଖଣ୍ଡ ର ଟିପୁ ଓ ଖୋରଧା ଜଂକିଆ ଥାନା ଅଞ୍ଚଳର ମହମଦ ଶେଖାଵତ, ଫିରୋଜ ଅଲି ଖାନ l ଟିପୁର ଘର ଝାରଖଣ୍ଡ ଅଂଚଳରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଘର ଖୋର୍ଦ୍ଧା ଅଂଚଳରେ ।

ସୂଚନାନୁଯାୟୀ ଗତକାଲି ନୟାପଲ୍ଲୀ ହାତୀଆସୁଣୀ ନିକଟରେ ୩ ଟି କାରରେ ୩ ବନ୍ଧୁକ ବେପାରୀ ବନ୍ଧୁକ ଡ଼ିଲ କରୁଥିବା ବେଳେ ଖବର ପାଇ ପୂର୍ବରୁ ଜଗି ବସିଥିବା ସ୍ପେଶାଲ କ୍ରାଇମ ୟୁନିଟ ମାଡି ବସିଥିଲା l ସେମାନଂକ ନିକଟରୁ ୮ ଟି ବନ୍ଧୁକ ୩୪ ରାଉଣ୍ଡ ଅଫୁଟା ଗୁଳି ଜବତ କରିବା ସହ ଡ଼ିଲ କରିବାକୁ ଆସିଥିବା ୩ଟି ଗାଡିକୁ ଜବତ କରାଯାଇଛି l ଏନେଇ ଅଧିକ ଖୋଳତାଡ଼ ଆରମ୍ଭ କରୁଛି ସ୍ପେଶାଲ କ୍ରାଇମ ୟୁନିଟ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *