ଖୋର୍ଦ୍ଧା (୧୪/୦୯) :- ପ୍ରାଣନାଥ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ତରଫରୁ ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇ ଯାଇଅଛି। ଅଧ୍ୟକ୍ଷା ଡ଼ାଃ ବିନ୍ଦୁଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାରୋହ ରେ ଅଧ୍ୟାପକ ସୁବୋଧ କୁମାର ଜଗଦେବ, ପ୍ରାଥମିକ ଚିକିତ୍ସା ଓ ତାହାର ଉପକାରିତା ସମ୍ବନ୍ଧରେ ଉପସ୍ଥିତ ଛାତ୍ରଛାତ୍ରୀ ତଥା ମହାବିଦ୍ୟାଳୟର କର୍ମଚାରୀମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ।
ଖୋର୍ଦ୍ଧା ଜିଲ୍ଲା ଯୁବ ରେଡକ୍ରସର ଆବାହକ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିଲେ। ଉକ୍ତ ସମାରୋହରେ ଅହିଂସା ବିଚାର ଫାଉଣ୍ଡେସନ ଟ୍ରଷ୍ଟର ବିକ୍ରମ ମହାପାତ୍ର, ସୋମ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ରାଷ୍ଟ୍ର ଗଠନରେ ଯୁବ ପିଢୀର ଭୂମିକା ତଥା ନିଃସ୍ଵାର୍ଥପର ସେବାରେ ସାମିଲ ହେବାପାଇଁ ଉତ୍ସାହିତ କରିଥିଲେ। ଅଧ୍ୟାପିକା ତଥା ଯୁବ ରେଡକ୍ରସର ପରାମର୍ଶ ଦାତା ଡ଼ାଃ ପ୍ରାଚୀ ପ୍ରଭା ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଯୁବ ରେଡକ୍ରସ୍ ର ଅନ୍ୟତମ ପରାମର୍ଶ ଦାତା ଅଧ୍ୟାପିକା ପୁଷ୍ପିତା ପ୍ରିୟମ୍ବଦା ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ପୂର୍ବତନ ସ୍ୱେଚ୍ଛାସେବୀ ଅବିନାଶ ଦଳାଇ ଓ ଶୁଭମ୍ ମହାପାତ୍ର ପୂର୍ଣ୍ଣ ରୂପରେ ସହଯୋଗ କରିଥିଲେ।

ସର୍ବଶେଷରେ ପିଲାମାନଙ୍କୁ ପ୍ରାଥମିକ ଉପଚାରର ବିଭିନ୍ନ କୌଶଳ ତଥା ପଦ୍ଧତି ବିଷୟରେ ଅବଗତି କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ଼ାଃ ସରୋଜ କୁମାର ମିଶ୍ର, ଅଧ୍ୟାପିକା ଅସିମା ଶତପଥୀ, ଅଧ୍ୟାପିକା ଅଲିଭା ବେହୁରା,ଅଧ୍ୟାପକ ଶ୍ରୀ ରବିନାରାୟଣ ସ୍ୱାଇଁ,ଭଗବାନ ଖିଲାର, ଆଶିଷ କୁମାର ସାହୁ, ଉମାକାନ୍ତ ମାର୍ଥା,ଅଧ୍ୟାପିକା ଡ଼ାଃ ମନୋଜାମଞ୍ଜରି ସାହୁ,ମାନିନୀ ଜେନା ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
