ଖୋର୍ଦ୍ଧା, (୧୩/୦୯):-ପ୍ରତି ବର୍ଷ ସେପ୍ଟେମ୍ୱର ମାସ ଦ୍ଵିତୀୟ ଶନିବାର କୁ ବିଶ୍ଵ ପ୍ରାଥମିକ ଚିକିତ୍ସ ଦିବସ ରୂପେ ପାଳନ କରାଯାଏ ।ପ୍ରାଥମିକ ଚିକିତ୍ସା ର ଆବଶ୍ୟକତା ବିଷୟରେ ଜନ ସାଧାରଣ ଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ଟି ପାଳନ କରାଯାଏ ।ପ୍ରାଥମିକ ଚିକିତ୍ସା ଦ୍ବାରା ଜଣେ ଲୋକର ଜୀବନ ବଞ୍ଚି ପାରିବ ।ଦୁର୍ଘଟଣା ଘଟିଲେ କିପରି ପ୍ରାଥମିକ ଚିକିତ୍ସ କରିବା ସେ ବିଷୟରେ ସମସ୍ତେ ଜାଣିବା ଦରକାର । ସେହି କ୍ରମରେ ବେଗୁନିଆ ବ୍ଲକ୍ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପୋଡ଼ାଡିହ ସ୍ଥିତ ଭାରତୀୟ ବିଦ୍ୟା ନିକେତନ ପରିସରରେ ଏହି ଦିବସ ଟିକୁ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେବ ୨୨ ଜଣ ଛାତ୍ର ଛାତ୍ରୀ ନି ନିଜେ ଫାଷ୍ଟ ଏଡ ବକ୍ସ ପ୍ରସ୍ତୁତ କରି ଆଣି ବିଦ୍ୟାଳୟ ରେ ପ୍ରଦର୍ଶନ କରିଥିଲେ । ଓ ଏହାର ଉଦ୍ଦେଶ୍ୟ ଆବଶ୍ୟକତା ବିଷୟରେ କହିଥିଲେ ।

ବିଦ୍ୟାଳୟ ର ଏଭଳି ନିଆରା ପ୍ରାୟାସ ଓ ଅଭିଭାବକ ମାନଙ୍କର ସହଯୋଗ ଯୋଗୁ ଏହା ସମ୍ଭବ ହୋଇ ପାରିଛି । ଏହି ସଚେତନତା କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଦ୍ୟାଳୟ ର କର୍ମକର୍ତ୍ତା ଓ ଗୁରୁମ। ବୃନ୍ଦ ଓ ଏଭଳି କାର୍ଯ୍ୟକ୍ରମ ରେ ଅଧିକ ରୁ ଅଧିକ ସଂଖ୍ୟାରେ ଭାଗ ନେବାକୁ ପ୍ରୋତ୍ସାହିତ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now