ଖୋର୍ଦ୍ଧା,(୧୩/୦୯) :- ଲେନିନ ପାଇକରାୟ ଙ୍କ ଦ୍ବାଦଶ ଦିବସ ଅବସରରେ ଅଞ୍ଜୁଷ୍ରୀ କଲ୍ୟାଣୀ ମଣ୍ଡପ ଠାରେ ବକ୍ସି ଜଗବନ୍ଧୁ କ୍ଲବ, ନାବିନାବାଗ ଆନୁକୂଲ୍ୟରେ ଗୁଡୁଲି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ମୃତି ଚ।ରଣ ସଭା ସହ ରକ୍ତ ଦାନ ଶିବିର ଚାଲିଛି ।

ଏହି ଦିବସ ରେ ରକ୍ତଦାନ ଶିବିର ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଆୟୋଜକ ଅନୁଷ୍ଠାନ ବକ୍ସି ଜଗବନ୍ଧୁ କ୍ଲବ ର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଗୁଡ଼ୁଲି ଙ୍କ ପରିବାର ବର୍ଗ ସହ ବହୁ ଶୁଭେଚ୍ଛୁ, ସାମ୍ବାଦିକ ବନ୍ଧୁ ଓ ବୁଦ୍ଧିଜୀବୀ ମାନେ । ଏହି ଭଳି ଚିନ୍ତାଧାରାରେ ଯଦି ସ୍ମୃତି ଚ।ରଣ ରେ ରକ୍ତଦାନ ଶିବିର ଆୟୋଜନ କରନ୍ତି ନିଶ୍ଚୟ ରକ୍ତଭାବ ଦୂର ହୋଇ ପାରନ୍ତା ।

ଖୋର୍ଦ୍ଧା ର ସମସ୍ତ ସ୍ଵେଚ୍ଛାକୃତ ରକ୍ତଦାତା ମାନଙ୍କୁ ଅନୁରୋଧ ଏହି ଅଭିଯାନ ରେ ସାମିଲ ହୁଅନ୍ତୁ ।ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ରକ୍ତଦାନ କରିବା ସହ ଅନିଲ ଙ୍କ ଆମର ଆତ୍ମା ର ସଦ୍ଗତୀ ପାଇଁ ପ୍ରାର୍ଥନା କରୁଛନ୍ତି ଅନିଲ ଙ୍କ ବନ୍ଧୁ ବାନ୍ଧବ, ପରିବାର ବର୍ଗ , ଶୁଭେଚ୍ଛୁ, ସାଙ୍ଗ ସାଥି , ସାମ୍ବାଦିକ ବନ୍ଧୁ ଓ ଆୟୋଜକ ବକ୍ସି ଜଗବନ୍ଧୁ କ୍ଲବ ର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ବୃନ୍ଦ ।ଖବର ଲେଖା ହେବା ସମୟରେ ଓଡ଼ିଶା ରକ୍ତ କେନ୍ଦ୍ର , ଖୋରଧା ର କର୍ମକର୍ତ୍ତା ଦ୍ଵାରା ରକ୍ତ ସଂଗ୍ରହ ଜାରି ରହିଛି ।
।

Subha Khabar is now on Whatsapp
Join and get latest news update delivered to you via whatsapp
Join Now