ଛଣଗିରି ସୁନା ଅଳଙ୍କାର ପ୍ରତିଷ୍ଠାନ ଲୁଟ ଘଟଣାରେ ୧କେଜି ସୁନା ଗହଣା, ୨କେଜି ରୂପା ଅଳଙ୍କାର ଜବତ ସହ ୨ଗିରଫ

ଖୋର୍ଦ୍ଧା, (୧୨/୦୯):- ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ରେ ଥିବା ସାଇ ସୋନୁ ଅଳଙ୍କାର ପ୍ରତିଷ୍ଠାନ ରୁ ଲୁଟ ଘଟଣାରେ ପୋଲିସ କୁ ସଫଳତା ମିଳିଛି। ଆଜି ୨ୟ ପର୍ଯ୍ୟାୟ ରେ ପୋଲିସ ୧କେଜି ସ୍ଵର୍ଣ୍ଣ ଅଳଙ୍କାର ଏବଂ ୨କେଜି ରୂପା ଅଳଙ୍କାର ଜବତ କରିଛି । 

Advertisement

ଏ ଯାବତ୍ ୨କେଜି ପାଖାପାଖି ସ୍ଵର୍ଣ୍ଣ ଏବଂ ସାଢେ଼୪କିଲୋ ରୂପା ଅଳଙ୍କାର ଜବତ ହୋଇଛି।  ଏ  ପର୍ଯ୍ୟନ୍ତ ୫ଜଣ ଗିରଫ ହୋଇଛନ୍ତି।ଗତ ଅଗଷ୍ଟ ୨୪ତାରିଖ ରେ ସେଇ ଦୋକାନରୁ ୧୧କେଜି ରୁ ଉର୍ଦ୍ଧ ସୁନା ଅଳଙ୍କାର ଏବଂ ରୂପା ୫କେଜି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ୮ଜଣ ଲୁଟ ଘଟଣାରେ ସଂପୂର୍କ୍ତ ଠିକ୍ ପୋଲିସ ଏସପି ବିବେକାନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।  ଲୁଟ ଘଟଣାରେ  ସମ୍ପୂର୍କ୍ତା ଅଭିଯୁକ୍ତ  ମାନେ ଜିଲ୍ଲା ଏବଂ ଜିଲ୍ଲା ବାହାରର  ବୋଲି ପୋଲିସ ତଦନ୍ତ ରୁ  ଜଣାପଡିଛି। ଦିନ ଦ୍ୱିପହର ରେ ବୋମା , ମାଉଜର ଏବଂ ଭୁଜାଲି ଦେଖାଇ ଲୁଟି ନେଇଥିଲେ ମୁଖା ପିନ୍ଧା ଲୁଟେରା।ଲୁତ୍ର ଦୃଶ୍ୟ ସି ସି ଟିଭି ରେ କଏଦ ହୋଇଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *