ଖୋର୍ଦ୍ଧା,(୧୦/୦୯):- ବୋଲଗଡ ସ୍ଥିତ ନନ୍ଦିଘୋଷ ଅନୁଷ୍ଠାନ ସଭାଗୃହ ରେ ବୋଲଗଡ଼ ମହାବିଦ୍ୟାଳୟ ର ପ୍ରତିଷ୍ଠା ସାଥୀକୁ ବିଭିନ୍ନ ଅନୁଷ୍ଠାନ ଗଢିବାରେ ପ୍ରମୁଖ ସାରଥୀ ବୋଲଗଡ଼ ରତ୍ନ ଭାବେ ଜଣାଶୁଣା ସ୍ବର୍ଗତ ଭାସ୍କର ଚନ୍ଦ୍ର ମହାପାତ୍ର ଙ୍କବଚତୁର୍ଦଶତମ ଶ୍ରାଦ୍ଧ ବାର୍ଷିକୀ ଏବଂ ବୋଲଗଡ ନନ୍ଦିଘୋଷ ଅନୁଷ୍ଠାନ ପ୍ରତିଷ୍ଠାରେ ଅନ୍ୟତମ ଭୂମିକା ନେଇଥିବା ସଂସ୍କୃତିପ୍ରେମୀ, ସୁସଂଗଠକ ଓ ସାହିତ୍ୟନୁରାଗୀ ସ୍ବର୍ଗତଃ ବାସୁଦେବ ପଟ୍ଟନାୟକଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ମିଳିତ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l

ପ୍ରାରମ୍ଭ ରେ ଅତିଥିମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଉପସ୍ଥିତ ସଭାଷଦ ଓ ନନ୍ଦିଘୋଷ ସଦସ୍ୟ ମାନେ ଦିବଂଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ପୂର୍ବକ ତାଙ୍କ ଫଟୋଚିତ୍ର ରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ନନ୍ଦିଘୋଷ ଅନୁଷ୍ଠାନର ସୌଜନ୍ୟ ରେ ଆୟୋଜିତ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ରେ ଅନୁଷ୍ଠାନ ର ସଭାପତି ତଥା ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟନାୟକ ପୌରହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାଶ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିପିନ ବିହାରୀ ପଟନାୟକ ଯୋଗ ଦେଇ ନିଜ ନିଜର ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ l ବରିଷ୍ଠ ସଦସ୍ୟ ଐତିହାସିକ ରବୀନ୍ଦ୍ର କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ l ମଂଚାସୀନ ଉପସଭାପତି ହରିବନ୍ଧୁ ସାହୁ ଓ ପୂର୍ବତନ ସମ୍ପାଦକ ଗୁଣନିଧି ହୋତା ସ୍ମୃତିଚାରଣ କରିଥିଲେ l ସେହିପରି ଉପସ୍ଥିତ ସଭାଷଦ ମାନଙ୍କ ମଧ୍ୟରୁ ପ୍ରଫୁଲ୍ଲ କୁମାର ମହାପାତ୍ର ଙ୍କ ସମେତ ଆମନ୍ତ୍ରିତ ଅତିଥି ମାନେ ସ୍ମୃତିଚାରଣ କରିଥିଲେ l ସମ୍ପାଦକ ଧୀରେସ ଚନ୍ଦ୍ର ମହାପାତ୍ର ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l ଏହି ଅବସର ରେ ଦୁଇଜଣ ପ୍ରତିଭା ଗୀତିକାର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ଏବଂ କନକ ଟିଭି ସାମ୍ବାଦିକ ରମେଶ ରଞ୍ଜନ ସାହୁ ଙ୍କୁ ମାନପତ୍ର ଉତ୍ତରୀୟ ପ୍ରଦାନ କରି ସଭାପତି ଓ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।

ପରିଶେଷରେ ମଂଚାସୀନ ସମସ୍ତ ଅତିଥି ମାନେ ନନ୍ଦିଘୋଷ ଭବନ ନିକଟରେ ଥିବା ସହିତ ପାର୍କ କୁ ଯାଇ ବୃକ୍ଷ ରୋପଣ କରିଥିଲେ l ଅନୁଷ୍ଠାନର କୋଷାଧ୍ୟକ୍ଷ ସନାତନ ପାଟଶାଣୀ ଧନ୍ୟବାଦ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ବିଭିର୍ଣ୍ଣ ବର୍ଗର ବ୍ୟକ୍ତି ବିଶେଷ ପ୍ରମୁଖ ଉକ୍ତ ସଭାରେ ଯୋଗଦେଇଥିଲେ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now