ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର ,ଜଣେ ଗୁରୁତର

ବୋଲଗଡ଼,(୧୦/୦୯):-ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ,ଜଳିଗଲା ଘର |ଫଳରେ  ଜଣେ ଗୁରୁତର ହୋଇଛନ୍ତି | ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟିଯାଇଥିବା ଜଣାଯାଇଛି | ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଦଳେଇ ସାହି ପଞ୍ଚାୟତ ମାଣିକଗୋଡା ଗ୍ରାମରେ ଘଟିଛି ଏଭଳି ଅଗ୍ନିକାଣ୍ଡ | ଉକ୍ତ ଗ୍ରାମର ସରୋଜ ସ୍ୱାଇଁ ଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଘରର ଗ୍ୟାସ ଟାଙ୍କି ପ୍ରଥମେ ଲିକ ହୋଇଥିଲା ଏବଂ ପରେ ଗ୍ୟାସ ଟାଙ୍କି ଟି ଫାଟି ଯାଇଥିଲା | ଫଳରେ ଘରେ ନିଆଁ ଲାଗିଯାଇଥିଲା | ଏଥିରେ ସରୋଜ ଙ୍କ ପତ୍ନୀ ଅଗ୍ନିକାଣ୍ଡରେ ଗୁରୁତର ହୋଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିଚି ହୋଇଛନ୍ତି l ଘରେ ଥିବା ଦୋକାନ ସାମଗ୍ରୀ ଏବଂ ଆସବାଵପତ୍ର ସହିତ ଖାଦ୍ୟ ଶସ୍ୟ ଖଟ,ଚେୟାର, ଆଦି ପୋଡି ଯାଇଛି। ସରୋଜ ତାଙ୍କ ଝିଅ ବାହାଘର ପାଇଁ ଘରେ ରଖିଥିବା ସଜ ସରଞ୍ଜାମ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି l ଖବର ପାଇ ବୋଲଗଡ଼ ଅଗ୍ନିଶମ କେନ୍ଦ୍ର ରୁ ଦମକଳ ଯାଇ ଅଗ୍ନିଶମ କର୍ମଚାରୀ ନିଆଁ କୁ ଆୟତ୍ତ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *