ଭୁବନେଶ୍ବର: ଗତ କିଛି ମାସ ପ୍ରତି ମାସରେ ଦୁଇଚାରି ଜଣ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ସେମାନଙ୍କର ଆୟ ଠାରୁ ୫୦ ଶହେଗୁଣ ଅଧିକ ସମ୍ପରି ଦେଖୁ ଭିଜିଲାନ୍ସ ବିଭାଗ ମଧ୍ୟ ତାଜୁବ ହୋଇଯାଉଛନ୍ତି । ଜଣେ ସରକାରୀ କର୍ମଚାରୀ ମାସକୁ ଯେତିକି ଟଙ୍କା ଦରମା ପାଉଛି ସେହି ଟଙ୍କା ନିଜର ଖର୍ଚ୍ଚ କରି ଯାହା ବଳିବା କଥା ତାହା ସଞ୍ଚୟ କରି ପାରନ୍ତି । ମାତ୍ର ଜଣେ ଜଣେ ସରକାରୀ କର୍ମଚାରୀ ଯେତିକି ଟଙ୍କା ଦରମା ପାଉଛି ସେହି ଦରମା ଟଙ୍କାରେ ଅଚଳାଚଳ ସମ୍ପରି କିଣିବା କସ୍ମିନ୍ କାଳେ ସମ୍ଭବ ନୁହେଁ । ଜଣେ ଜଣେ ସରକାରୀ ବା ବୁମାନେ ବିଭିନ୍ନ ସ୍ଥାନରେ ମୂଲ୍ୟବାନ କୋଠାଘର, ମୂଲ୍ୟବାନ ଜାଗା, ସୁନାଗହଣା, ଘରୁ ବାହାରୁଥିବା ପୁଳା ପୁଳା ଟଙ୍କା ଦେଖ୍ ସମସ୍ତେ ଚ କି ତ ହେଇଯାଉଛନ୍ତି । ଅତୀତରେ ଦୀର୍ଘ ୨୪ ବର୍ଷ ଧରି ବିଜୁ ଜନତା ଦଳ ସରକାର ଶାସନ କ୍ଷମତାରେ ଥିବା ବେଳେ ବହୁ ସରକାରୀ ବାବୁମାନେ କୋଟି କୋଟି ଟଙ୍କାର ଦୁର୍ନୀତି କରି ଲାଲେ ଲା ଲ ହୋଇଯାଇଥିଲେ ।

ଏବେ ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଶାରେ କ୍ଷମତାକୁ ଆସିବା ପରେ ଜଣେ ଜଣେ ବାବୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ୁଥିବା ଦେଖିବାକୁ ମିଳୁଛି । ଧରା ପଡ଼ିଥିବା ବାବୁ ମାନଙ୍କ ମଧ୍ୟରୁ ଅନେକେ ଜେଲ୍କୁ ଯାଇଥିବାବେଳେ ଏବେବି ବହୁ ସରକାରୀ କର୍ମଚାରୀ ବି ନା ଲାଞ୍ଚରେ କାମ କରୁ ନଥିବା ଦେଖି ବାକୁ ମିଳୁଛି । କି ଛି ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡି ଜେଲ ଯିବା ପରେ ଅନ୍ୟ ଅଧୂକାରୀ ଓ କର୍ମଚାରୀମାନେ ଲାଞ୍ଚଠାରୁ ଦୂରେଇ ସଚ୍ଚୋଟତା ଭାବେ କାର୍ଯ୍ୟ କରିବା କଥା, ମାତ୍ର ଏବେ ଦେଖିବାକୁ ମିଳୁଛି କୌଣସି ସରକାରୀ ଅଧୁକାରୀ ଓ କର୍ମଚାରୀଙ୍କ ମନରେ ଟିକେ ହେଲେ ଭୟ ନାହିଁ । ସେମାନେ ଖୁଲମ୍ ଖୁଲ୍ବା ଭାବେ ଲାଞ୍ଚ ନେଇ କୋଟି କୋଟି ଟଙ୍କାର ସମ୍ପରି ଠୁଳ କରୁଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିବା ପରେ ୨୦ ରୁ ଅଧୂକ କୋଟିପତି ଅଧୂକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଜେଲ୍ ଯାଇଛନ୍ତି । ଭିଜିଲାନ୍ସ ବିଭାଗ ସ୍କାନରରେ ଆହୁରି ମଧ୍ଯକିଛି ଅଧୂକାରୀ ଓ କର୍ମଚାରୀ ରହି ଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡ଼ିଛି । । ଏହି ସବୁ ଅଧିକାରୀ ଓ କର୍ମଚାରୀମାନେ ଆଗାମୀ ଦିନରେ ନିଶ୍ଚିତ ଭାବେ ଭିଜିଲାନ୍ସ ଜାଲରେ ଛନ୍ଦି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now