ଖୋର୍ଦ୍ଧା:- ବେଗୁନିଆ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ପଞ୍ଚ ଦିବସୀୟ ନିଷ୍ଠା ଶିକ୍ଷକ ତାଲିମ୍ ଶିବିର ଉଦଘାଟିତ ହୋଇ ଯାଇଛି l

ସେପ୍ଟେମ୍ବର ୧ ତାରିଖରୁ ୬ ତାରିଖ ଯାଏଁ ଉକ୍ତ ତାଲିମ୍ ଶିବିର ଅନୁଷ୍ଠିତ ହେବ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଧ୍ୟାନର ସହିତ ଏହାକୁ ଗ୍ରହଣ କରି ବିଦ୍ୟାଳୟସ୍ତରରେ ସଠିକ୍ ପ୍ରୟୋଗ କରିବେ ବୋଲି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ମତବ୍ୟକ୍ତ କରିଥିଲେ ।

ଉଦ୍ଘାଟନି ଉତ୍ସବରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୈଳାସ ଚନ୍ଦ୍ର ସେଠୀ, ମଣ୍ଡଳ ସାଧନ କର୍ମୀ ରଶ୍ମିତା ସାହୁ, ରଞ୍ଜିତା ବେଉରା ପ୍ରମୂଖ ଉପସ୍ଥିତ ଥିବାବେଳେ ପ୍ରଶିକ୍ଷକ ସ୍ମୃତି ପଟ୍ଟନାୟକ, ସନ୍ତୋଷ କୁମାର ମହାପାତ୍ର, ଅର୍ଚ୍ଚନା ମହାପାତ୍ର ଓ ସୌମ୍ୟରଞ୍ଜନ ଦିକ୍ଷୀତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆନନ୍ଦଦାୟକ ଶୈଖିକ ବାତାବରଣ ମଧ୍ୟରେ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରଶିକ୍ଷକ ସନ୍ତୋଷ ମହାପାତ୍ର କହିଥିଲେ l

ପ୍ରଥମ ପର୍ଯ୍ୟାୟରେ ବ୍ଲକ୍ ର ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ସମୁଦାୟ ୭୩ ଜଣ ଶିକ୍ଷକ ଉପସ୍ଥିତ ରହି ତାଲିମ୍ ଗ୍ରହଣ କରିଥିଲେ l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟ ନାରାୟଣ ପଣ୍ଡା, ସନ୍ଧ୍ୟାରାଣୀ ରଥ, ହେମନ୍ତ ସାହୁ, ଦାଶରଥି ପ୍ରଧାନ, ରାମାନନ୍ଦ ଦାସ ସହଯୋଗ କରିଥିଲେ l
ସିଆରସିସି ସରୋଜ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now
