ୟୁନିକ୍ କ୍ଲବ ଦ୍ଵାରା ଭାଗବତ ମେଳା ଓ ସଙ୍କୀର୍ତ୍ତନ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା , (୨୮/୦୮): – ବେଗୁନିଆ ବ୍ଲକ୍‌ ଅନ୍ତର୍ଗତ ଡିଙ୍ଗର ସୁବୁଦ୍ଧି ସାହିର ୟୁନିକ କ୍ଲବ୍‌ର ଉଦ୍ୟମରେ  ମା ବାଟ ପନ୍ଥେଇ ମନ୍ଦିର ପ୍ରାଙ୍ଗଣରେ ମେଳା ଓ ସଙ୍କୀର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିଲା।

Advertisement

ଏହି କାର୍ଯ୍ୟକ୍ରମରେ ସୁବୁଦ୍ଧି ସାହି ଆୟୋଜକ ହିସାବରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଉତ୍ସବର ଅଂଶ ସ୍ଵରୂପ ଭାଗବତ ମେଳା ଓ ସଙ୍କୀର୍ତ୍ତନ ପାଇଁ  ଡିଙ୍ଗର ଗ୍ରାମର ରଘୁନାଥ ସଙ୍କୀର୍ତ୍ତନ ମଣ୍ଡଳୀ ସହିତ ,ତରବାଲୁଆ ଓ ଢଁସର ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିଥିଲେ । ସାନ୍ନିହିକ ଅଞ୍ଚଳରୁ ମଧ୍ୟ ଅନେକ ଭକ୍ତ ଆସି ଏହି ଧାର୍ମିକ ମାହାତ୍ମ୍ୟର ସାକ୍ଷୀ ହୋଇଥିଲେ।ଭଜନ, କୀର୍ତ୍ତନ ଓ ଭକ୍ତିମୟ ପରିବେଶରେ ଗାଁ ଅଞ୍ଚଳ ପବିତ୍ରତାରେ ଭରିଯାଇଥିଲା। ଉତ୍ସବର ସୁଚାରୁ କାର୍ଯ୍ୟସାଧନରେ କ୍ଲବ୍‌ର ସଦସ୍ୟମାନଙ୍କ ସହିତ ଗାଁର ଯୁବକମାନେ ମଧ୍ୟ ସହଭାଗୀ ହୋଇଥିଲେ।

ଶେଷରେ ପ୍ରସାଦ ସେବନ କରି ଭକ୍ତ ମାନେ  ଭାଗବତ ମେଳା ଓ ସଙ୍କୀର୍ତ୍ତନର ଆନନ୍ଦ ନେଇ ଥିଲେ ପ୍ରାୟ ଅର୍ଦ୍ଧ ରାତ୍ରି ପର୍ଯ୍ୟନ୍ତ ଭଜନ କୀର୍ତ୍ତନ ଚାଲୁରହିଥିଲା।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *