ଖୋର୍ଦ୍ଧା, (୨୫/୦୮) :- ଟାଙ୍ଗୀ କୁ NAC ଘୋଷଣା ପାଇଁ ଜନ ଆନ୍ଦୋଳନ ଆରମ୍ଭ ହୋଇଛି । ବିଜୁ ଜନତା ଦଳ ପକ୍ଷରୁ ଆଜି ଆନ୍ଦୋଳନ କରାଯାଇଛି , ଟାଙ୍ଗୀ ଅଞ୍ଚଳକୁ ସହରାଞ୍ଚଳ ବା NAC ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଟାଙ୍ଗୀ ବିଡ଼ିଓ ରୁମାନା ଜାଫର ଙ୍କୁ ବିଜେଡ଼ି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବ ସରକାର ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳକୁ NAC କରାଗଲା ବୋଲି ଘୋଷଣା କରିଥିଲେ, ତା’ପରେ ସରକାର ବଦଳି ଗଲା ଏବଂ ନୂଆ ସରକାର ଆସିବା ପରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳକୁ NAC ଘୋଷଣା ନେଇ କୈ।ଣସି ସରକାରୀ ନଥିପତ୍ର ନାହିଁ ବୋଲି ମାନ୍ୟବର ମନ୍ତ୍ରୀ ସ୍ପଷ୍ଟ କରିଥିଲେ । ମାତ୍ର ଗୃହ ଓ ନଗର ଉନ୍ନୟନ ବିଭାଗର ଚିଠି ସଂଖ୍ୟା ୨୨୭୧୫/ ୦୨.୧୧.୨୦୨୪ ଅନୁସାରେ ବିଭାଗ ବିଭିନ୍ନ ଜିଲ୍ଲା ର ଜିଲ୍ଲାପାଳଙ୍କୁ ୫୭ ଟି ଅଞ୍ଚଳ ର ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯାହାକୁ ନେଇ ଟାଙ୍ଗୀ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା, ସରକାରଙ୍କୁ ମିଛୁଆ ସରକାର ବୋଲି କହିଛନ୍ତି ଯଦି ନଥିପତ୍ର ନଥିଲା ତେବେ ସରକାର ଚିଠି କଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି ଜନତା ।
ରାଜ୍ୟ ସରକାର ତୁରନ୍ତ ଟାଙ୍ଗୀ ଅଞ୍ଚଳକୁ ସହରାଞ୍ଚଳ ଘୋଷଣା କରନ୍ତୁ ନଚେତ୍ ବିଜେଡ଼ି ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ କଡ଼ା ଚେତାବନୀ ଦେଇଛନ୍ତି ।

ବିରାଟ ଶୋଭାଯାତ୍ରାରେ ବିଜୁ ଜନତା ଦଳ ପକ୍ଷରୁ ମଧୁମଙ୍ଗଳ ପଡିଆ ଠାରୁ ବାହାରି ଟାଙ୍ଗୀ ଅଞ୍ଚଳ ସରକାରଙ୍କ ବିରୋଧ ରେ ନାରାବାଜି କରି ପରିକ୍ରମା କରିବା ପରେ ଟାଙ୍ଗୀ ବ୍ଲକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ବିଜେଡ଼ି ନେତା କ୍ୟାପଟେନ ମନ୍ମଥ ରାଉତରାୟ , ଟାଙ୍ଗୀ ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ସାହୁ, ପୂର୍ବତନ ସମିତି ସଭ୍ୟ ନୀଳକଣ୍ଠ ବେହେରା , ଆଡଭୋକେଟ ରମେଶ ବେହେରା, ରାଜନେତା ଓ ସଂଗଠକ ଅଶୋକ ମହାପାତ୍ର, ସଞ୍ଜୟ ହରିଚନ୍ଦନ, ବୁଲୁ ରାଉତ, ପ୍ରଦୀପ୍ତ ମହାପାତ୍ର,ଉପେନ୍ଦ୍ର ସାହୁ, କଳିଙ୍ଗ ବିଶ୍ଵାଳ, ଶାନ୍ତନୁ ବେହେରାଙ୍କ ସହିତ ବହୁ ୱାର୍ଡ ମେମ୍ବର ଓ ଟାଙ୍ଗୀ ଅଂଚଳ ର ବହୁ ବିଜେଡି ନେତା-କର୍ମୀ , ସମର୍ଥକ ଏବଂ ଶତାଧିକ ମହିଳା ବିଜେଡି କର୍ମୀ ଏଥିରେ ସାମିଲ ହୋଇଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now