ଖୋର୍ଦ୍ଧା : – ପୂର୍ବତନ ସରକାର ଘୋଷଣା କରିଥିବା ଏନଏସିକୁ ଏବେର ବିଜେପି ସରକାର ବନ୍ଦ କରିଛି । ଏବେ ସ୍ଵାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ୨୧ ଏନ୍. ଏ.ସି ପାଇଁ ଘୋଷଣା କରିଥିବାବେଳେ ୧୨ଗୋଟି ଏନଏସି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିରେ ବେଗୁନିଆ ଏନଏସିର ନାମ ନାହିଁ ।

ଏନଏସି ଦାବିରେ ଶାନ୍ତିପୂର୍ଣ୍ଣ ଭାବେ ଆଜି ୬ ଘଣ୍ଟିଆ ବେଗୁନିଆ ବନ୍ଦ ରହିଛି । ଜରୁରୀକାଳୀନ ସେବା କୁ ଛାଡ଼ିଦେଲେ ଆଉ ସବୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି ।ସ୍ଥାନୀୟ ବିଧାୟକ ଙ୍କ ନେତୃତ୍ୱରେ ବେଗୁନିଆ ବନ୍ଦ କୁ ସପୋର୍ଟ କରିଛି ବିଭିନ୍ନ ଦଳ ଓ ସଙ୍ଗଠନ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now