ଖୋର୍ଦ୍ଧା-୧୫/୦୮:-ସାରା ଭାରତ ବର୍ଷ ରେ ଆଜି ପାଳିତ ହେଉଛି ୭୯ ତମ ସ୍ଵାଧୀନତା ଦିବସ । ସେହି କ୍ରମରେ ବେଗୁନିଆ ବ୍ଲକ୍ ର ପୋଡ଼ାଡିହ ସ୍ଥିତ ଭାରତୀୟ ବିଦ୍ୟା ନିକେତନ ପରିସରରେ ଅନୁଷ୍ଠାନ ର ସଭାପତି ପର୍ଶୁରାମ ମିଶ୍ର ଶର୍ମା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ଉପସ୍ଥିତ ଥିଲେ ସମ୍ପାଦକ ଶୁଭକାନ୍ତ ମହାପାତ୍ର , ପ୍ରଧାନ ଆଚାର୍ଯ୍ୟ। ସୁକାନ୍ତି ଜେନା, ସହ ପ୍ରଧାନ ଆଚାର୍ଯ୍ୟ। ଯ୍ୟୋଷ୍ନମୟୀ ଜେନା, ଗରୁମ। ଗୀତାଞ୍ଜଳି ପ୍ରଧାନ, ସୁଜାତା ପାଣିଗ୍ରାହୀ, ସୁଜାତା ମହାନ୍ତି, ମୋନାଲିସା ପଟ୍ଟନାୟକ,ବିଷ୍ଣୁପ୍ରିୟା ତ୍ରିପାଠୀ,ଭାରତୀ ପ୍ରହରାଜ, ସୁଦ୍ଧା ଲତା ପାତ୍ର, ରୁପଶ୍ରି ବେହେରା, ଚିନ୍ମୟୀ ମହାପାତ୍ର, ସୁପ୍ରିନା ବେହେରା ପ୍ରମୁଖ ।
ପିଲା ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।ତତ୍ପରେ ଦେଶ ବାସି ଙ୍କୁ ସଚେତନ ଏବଂ ଦେଶ ପ୍ରେମ୍ ରେ ଅଂଶ ଗ୍ରହଣ କରିବାକୁ ଆରମ୍ଭ ହୋଉଛି ହର ଘର ତିରଙ୍ଗା କାର୍ଯ୍ୟକ୍ରମ।

ଏହି ଅବସର ରେ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆରମ୍ଭ ହୋଇଥିଲା ତିରଙ୍ଗା ଶୋଭାଯାତ୍ରା। ଛାତ୍ର ଛାତ୍ରୀ ମାନେ ହାତରେ ଜାତୀୟ ପତାକା ଧରି ବନ୍ଦେ ମାତରଂ, ଭାରତ ମାତା କି ଜୟ, ସହିତ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ସ୍ୱାସ୍ଥ୍ୟକେନ୍ଦ୍ର ରେ ପତାକା ଉତ୍ତୋଳନ କରିଥିଲେ।

ତତ୍ପରେ ବିଦ୍ୟାଳୟ କୁ ଆସି ବିଦ୍ୟାଳୟ ଦ୍ଵାରା ଶିଶୁ ଭାଇ ଭଉଣୀ ମାନଙ୍କର ଉଦ୍ଦେଶ୍ୟରେ ଆୟୋଜିତ କନିଷ୍ଠ ଓ ବରିଷ୍ଠ ବିଭାଗରେ ଆୟୋଜିତ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ରେ ଯୋଗ୍ୟ ବିବେଚିତ ୧୨ ଜଣ ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା ।

ତତ୍ପରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ। ଶ୍ରୀମତୀ ଜେନା ଆସନ୍ତାକାଲି ପବିତ୍ର ନନ୍ଦ ଉତ୍ସଵ ଅବସରରେ ରାଧା କୃଷ୍ଣ ବେଶ ପ୍ରତିଯୋଗିତା ଆୟୋଜିତ ହେବ ଓ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now