ପୁରୀର ହୋଟେଲରୁ ପଶ୍ଚିମବଙ୍ଗର ଦୁଇ ପର୍ଯ୍ୟଟକଙ୍କର ମୃତଦେହ ଉଦ୍ଧାର!

ପୁରୀ :- ପର୍ଯ୍ୟଟନର ସହର ପୁରୀର ଏକ ହୋଟେଲ ରୁମ୍ ଭିତରୁ ଆଜି ଦୁଇ ଜଣ ପର୍ଯ୍ୟଟକଙ୍କର ମୃତଦେହ ଉଦ୍ଧାର ହୋଇଛି। ସମୁଦ୍ରକୂଳ ଥାନା ପୁଲିସ ମୃତଦେହଗୁଡ଼ିକ ଉଦ୍ଧାର କରିଛି। ମୃତ ବ୍ୟକ୍ତିମାନଙ୍କର ପରିଚୟ ମିଳିପାରି ନାହିଁ।
ପୁରୀ ପୁଲିସ କହିଛି ଯେ, ଚକ୍ରତୀର୍ଥରୋଡ ଠାରେ ଥିବା ହୋଟେଲ ‘ତାଜ୍‌’ରେ ଜଣେ ମହିଳା ଓ ପୁରୁଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ଅଞ୍ଚଳର। ଦୁଇଦିନ ପୂର୍ବରୁ ହୋଟେଲ ରୁମ୍ ଭିତରେ ଜୀବନ ହାରିଥିବା ସୂଚନା ମିଳିଛି। ସମୁଦ୍ରକୂଳ ଥାନା ପୁଲିସର ତଦନ୍ତ ଆରମ୍ଭ ହୋଇଛି।
ପୁଲିସ କହିଛି ଯେ, ଏହି ହୋଟେଲରେ ଦୁଇ ଜଣ ପର୍ଯ୍ୟଟକ ଗତ ୯ତାରିଖ ଠାରୁ ରହିଥିଲେ। ଆଜି ଗନ୍ଧ ହେବାରୁ ମ୍ୟାନଜର ସନ୍ଦେହ କରିଥିଲେ ଏବଂ ପୁଲିସକୁ ଡାକିଥିଲେ। ପୁଲିସ ଘର ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା। କେବେ ଆତ୍ମହତ୍ୟା କରିଛନ୍ତି ଘଟଣା ତଦନ୍ତ ପରେ ଜଣାପଡ଼ିବ। ସେହି ଅଞ୍ଚଳର ପୁଲିସ ସହ ଯୋଗାଯୋଗ କରାଯାଇ ପରିବାରକୁ ଖବର ଦିଆଯାଇଛି। ଆସନ୍ତାକାଲି ପୋଷ୍ଟମଟମ କରାଯିବ। ସିସିଟିଭି ଯାଞ୍ଚ କରାଯିବ। ତଦନ୍ତ ପରେ ଆହୁରି ଅନେକ ତଥ୍ୟ ଆସିପାରେ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *