ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା : ଜଣେ ଅଟକ

ପୁରୀ :- ଶ୍ରୀମନ୍ଦିର ସୁରକ୍ଷା ସହ ପରିହାସ । ପରିକ୍ରମା ପ୍ରକଳ୍ପରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ। ଖୋଲାଖୋଲି ସୁରକ୍ଷା କର୍ମୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ଦୁବୃର୍ତ୍ତ। ମଦ ନିଶାରେ ହେଉ ଅବା ଜାଣତରେ ହେଉ ପୁରୀ ପୁଲିସକୁ ଦିଆଯାଇଛି ଚ୍ୟାଲେଞ୍ଜ । ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବଢ଼ୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ମଧ୍ୟ ଲେଖାଯାଇଛି । ଦୁଇଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି । ତେବେ କିଏ ଓ କାହିଁକି କରିଛି ତାହା ଜଣାପଡ଼ିନାହିଁ । ଏକାଧିକ ସ୍ଥାନରେ ସିସିଟିଭି ଲାଗିଛି । ସିକ୍ୟୁରିଟି ଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି । ହେଲେ ଆତଙ୍କବାଦୀଙ୍କ ନାଁ ନେଇ ଏପରି ଲେଖିଲା କିଏ? ତା’କୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ


ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା ରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଲା ସିଂହଦ୍ବାର ଥାନା ପୋଲିସ । ସିଂହଦ୍ବାର ଥାନାରେ ଅଟକ ରଖି ପୋଲିସର ପଚରାଉଚରା ଜାରି ରହିଛି ।
ସନ୍ଦିଗ୍ଧ ବ୍ୟକ୍ତି ରଘୁନାଥ ସାହୁ, କାହିଁକି ଏଭଳି ଲେଖିଥିଲେ ସେନେଇ ଜେରା ଚାଲିଛି ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *