ଦିଲ୍ଲୀ:- ଏୟାର ଇଣ୍ଡିଆ ଦିଲ୍ଲୀରୁ ୱାଶିଂଟନ ଡିସିକୁ ଯାଉଥିବା ଉଡ଼ାଣ ସେବା ଆସନ୍ତା ୧ ସେପ୍ଟେମ୍ବରରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। କୁହାଯାଉଛି ଯେ ଏୟାର ଇଣ୍ଡିଆର ୨୬ଟି ବୋଇଂ ୭୮୭-୮ ବିମାନକୁ ଅପଗ୍ରେଡ କରିବା କାମ ଚାଲିଛି। ଏହି କାରଣରୁ ଅନେକ ବିମାନ ଦୀର୍ଘ ସମୟ ଉଡ଼ାଣ ପାଇଁ ଉପଲବ୍ଧ ହେବ ନାହିଁ। ଏହି କାମ ୨୦୨୬ ଶେଷ ସୁଦ୍ଧା ଚାଲିବ।ଯାତ୍ରୀମାନଙ୍କୁ ମିଳିବ ପୂର୍ଣ୍ଣ ରିଫଣ୍ଡ । ଏହା ସହିତ ପାକିସ୍ତାନର ଏୟାରସ୍ପେସ ବନ୍ଦ ରହିଥିବା ହେତୁ ଦୀର୍ଘ ଦୂରତ୍ୱର ଉଡ଼ାଣରେ ଅସୁବିଧା ହେଉଛି। ୧ ସେପ୍ଟେମ୍ବର ପର ତାରିଖ ପାଇଁ ବୁକିଂ କରିଥିବା ଯାତ୍ରୀମାନଙ୍କ ସହ ଯୋଗାଯୋଗ କରାଯିବ ଏବଂ ସେମାନଙ୍କୁ ଦୁଇଟି ବିକଳ୍ପ ଦିଆଯିବ। ଅନ୍ୟ ଉଡ଼ାଣରେ ବୁକିଂ କିମ୍ବା ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇବାର ବିକଳ୍ପ ମିଳିବ।
ଯାତ୍ରୀମାନେ ଏବେ ମଧ୍ୟ ଏୟାର ଇଣ୍ଡିଆର ଇଣ୍ଟରଲାଇନ ପାର୍ଟନର ଯଥା ଆଲାସ୍କା ଏୟାରଲାଇନ୍ସ, ୟୁନାଇଟେଡ ଏୟାରଲାଇନ୍ସ, ଡେଲ୍ଟା ଏୟାରଲାଇନ୍ସ ମାଧ୍ୟମରେ ଜେଏଫକେ, ନ୍ୟୁୟର୍କ, ଶିକାଗୋ କିମ୍ବା ସାନ ଫ୍ରାନ୍ସିସ୍କୋ ଦେଇ ୱାଶିଂଟନ ଡିସି ଯାଇପାରିବେ। ଗୋଟିଏ ଟିକେଟରେ ବ୍ୟାଗ ସିଧାସଳଖ ଅନ୍ତିମ ଗନ୍ତବ୍ୟସ୍ଥଳକୁ ପଠାଯିବ। ଏୟାର ଇଣ୍ଡିଆ ଏବେ ମଧ୍ୟ ଉତ୍ତର ଆମେରିକାର ୬ଟି ସହର ପାଇଁ ନନ୍-ଷ୍ଟପ୍ ଉଡ଼ାଣ ଚଳାଉଛି । ଏଥିରେ କାନାଡାର ଟୋରଣ୍ଟୋ ଓ ଭ୍ୟାଙ୍କୋଭର ମଧ୍ୟ ସାମିଲ
Subha Khabar is now on Whatsapp
Join and get latest news update delivered to you via whatsapp
Join Now