ଭୁବନେଶ୍ୱର:- ଓଡିଶା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ର ଏକ ଜରୁରୀ କାଳୀନ ପ୍ରସ୍ତୁତି ବୈଠକ ଭୁବନେଶ୍ଵର ସହିଦନଗର ସ୍ଥିତ ବାବା ହଟ୍ଟକେଶ୍ଵର ଙ୍କ ପାଦ ପଦ୍ମରେ ଅନୁଷ୍ଠିତ ହୋଇଯାଇଛି ।

ସଙ୍ଘ ର ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସଭାପତି ପୀତବାସ ମିଶ୍ର ଯୋଗଦେଇ ଜାତୀୟ ସ୍ତରରେ ସଂଘ ର ଆଭିମୁଖ୍ୟ ଓ ସାମ୍ବାଦିକ ମାନଙ୍କ ସୁରକ୍ଷା ଆଇନ, ସାମ୍ବାଦିକ ସମ୍ମାନ ଆଦି ବିଷୟରେ କିପରି ରାଜ୍ୟସରକାରଙ୍କୁ ଅବଗତ କରାଯାଇଛି ଓ ଆଗାମୀ ଦିନରେ କିପରି ସାଂଗଠାନିକ ସ୍ତରରେ ସଂଘକୁ ମଜଭୁତ କରାଯିବ କିଭଳି ରାଜ୍ୟ କାର୍ଯ୍ୟାଳୟ ଖୋଲାଯିବ ସେ ବିଷୟରେ ଆଲୋଚନା କରିବା ସହ ଆଗାମୀ ଦିନରେ କେଉଁ କେଉଁ ଜିଲ୍ଲାରେ କେବେ ବୈଠକ କରାଯିବ ସବୁ କାର୍ଯ୍ୟସୂଚୀ ସ୍ଥିରୀକୃତ କରାଯାଇଥିଲା । ଏହି ବୈଠକରେ ସାଂଗଠନିକ କର୍ମକର୍ତ୍ତାଙ୍କ ସହ ଜିଲ୍ଲା ସ୍ତରୀୟ ପ୍ରତିନିଧି ମାନେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ । ଶେଷରେ ରାଜ୍ୟ ସଭାପତି ଶ୍ରୀ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now