ଖୋର୍ଦ୍ଧା :୨୨ା୫:-(ଶୁଭ ଖବର)ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମ ପାଟି ଆଜି ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସମୀକ୍ଷା କରି ଜିଲ୍ଲାକୁ ଦୃତ ଶିଳ୍ପାୟନରେ ବିକାଶ କରାଇ ନିଯୁକ୍ତି ଓ ଆର୍ଥିକ ମାନଦଣ୍ଡ ସୁଦୃଢ କରିବାକୁ ଆହ୍ୱାନ ଦେଇଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ଶିଳ୍ପର ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ନିଆଯାଇଥିବା ଜାଣି ଖୁସି ବ୍ୟକ୍ତ କରିବାସହ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ କୁ ଧନ୍ୟବାଦ ଜଣାଇଥିଲେ ।

ଉକ୍ତ ବୈଠକରେ ପୂର୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ୍ ହରିଚନ୍ଦନ, ଭୁବନେଶ୍ୱର ଏକ୍ରାମ ବିଧାୟକ ବାବୁ ସିଂହ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ ବି ଏସ ରାଜପୁତ, ଜିଲ୍ଲାପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲାପାଳ ଚଂଚଳ ରାଣା, ଆରକ୍ଷୀଅଧିକ୍ଷକ ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଜ୍ୟୋତିଶଙ୍କର ସାହୁ, ଉପଜିଲ୍ଲାପାଳ ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ଉପଜିଲ୍ଲାପାଳ ଭୁବନେଶ୍ୱର ଡ. ମନୋରଞ୍ଜନ ସାହୁ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ ।

ପରେ ପାୱାର ପଏଁଟ ଉପକରଣ ରେ ଭୁବନେଶ୍ୱର ରାଜଧାନୀ ନଗର ର ଆଇନ ଶୃଙ୍ଖଳା ପରିସ୍ଥିତି ଓ ସେବା ଉପରେ ରାଜ୍ୟପାଳଙ୍କୁ ଅବଗତ କରାଯିବା ସହ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ନାଥ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ପୋରାଂଚଳ, ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ ସହ ସମ୍ପୃକ୍ତ ଅଂଚଳ ଗୁଡ଼ିକର ଆଇନଶୃଙ୍ଖଳା ପରିସ୍ଥିତି ଓ ସେବା ସମ୍ବନ୍ଧରେ ମହାମାନ୍ୟ ରାଜ୍ୟ ପାଳଙ୍କୁ ଅବଗତ କରାଇଥିଲେ ।

ମହାମାନ୍ୟ ରାଜ୍ୟପାଳ ପହଁଚିଲା ପରେ ପୋଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ଦିଯାଇଥିଲା । ସମ୍ମିଳନୀ କକ୍ଷରେ ଜାତୀୟ ସଙ୍ଗୀତ ବାଦ୍ୟ ଯନ୍ତ୍ରରେ ମହାମାନ୍ୟ ରାଜ୍ୟପାଳଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଉରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ରାଣା ବୈଠକରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମହାମାନ୍ୟ ରାଜ୍ୟପାଳଙ୍କୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ପୋଲିସ ବାହିନୀ ପକ୍ଷରୁ ମହାମହିମ ରାଜ୍ୟପାଳ ଙ୍କୁ ଗାର୍ଡ ଅଫ ହନର
ରାଜ୍ୟ ରାଜଧାନୀ ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲା ମଧ୍ୟରେ ଯାଉଥିବାରୁ ଖୋର୍ଦ୍ଧା ଓ ଭୁବନେଶ୍ୱରର ଆଇନ ଶୃଙ୍ଖଳା ସେବା କଡାକଡି ରଖାଯିବା ଉପରେ ରାଜ୍ୟପାଳ ନିଦେ୍ର୍ଦଶ ଦେଇଥିଲେ । ପରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଖୋର୍ଦ୍ଧା ପ୍ରଧାନମନ୍ତ୍ରୀ ଆବାସ ସହରାଂଚଳ ଓ ଗ୍ରାମାଂଚଳ ଯୋଜନା ଅଗ୍ରଗତି ରୂପରେଖ ସମ୍ପର୍କରେ ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲେ ।

ସେହିପରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଅଗ୍ର ଗତି, ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷକ ନିଯୁକ୍ତି ଏବଂ ଖାଲି ଥିବା ପଦବୀ ପୂରଣ କରି ପିଲାଙ୍କ ଶିକ୍ଷା ସେବାକୁ ତ୍ୱରାନ୍ୱିତ କରିବା, ଆଦର୍ଶ ବିଦ୍ୟାଳୟ ଶିକ୍ଷାନୁଷ୍ଠାନର ଉନ୍ନତି କରଣ, ପ୍ରଧାନମନ୍ତ୍ରୀ କୃଷକ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସ୍ୱାସ୍ଥ୍ୟ ସେବା, ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ବନ୍ୟଜନ୍ତୁ ଜଙ୍ଗଲ ସଂରକ୍ଷଣ, ଝଡ଼ ବର୍ଷା ରେ ବିଜୁଳି ଜନିତ ମୃତ୍ୟୁ ସହାୟତରାଶି ପ୍ରଦାନ, ଫସଲ କ୍ଷୟକ୍ଷତି ଆକଳନ ଓ ସହାୟତା ରାଶି ପ୍ରଦାନ, ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ପିଏମ୍ଇଜିପି) ଯୋଜନା ସୁଫଳ, ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପର ବିକାଶ ଓ ଅଗ୍ରଗତି, ଇଡକୋ ଅଧୀନ ବୃହତ ଶିଳ୍ପ ଯୋଜନା ଅଗ୍ରଗତି, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ଜାତୀୟ ସାମାଜିକ ନିରାପତା ଯୋଜନା, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ପାଇପ ଜଳ ଯୋଗାଣ, ୱାଟକୋ ଯୋଜନା ଅଗ୍ରଗତି, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଅଗ୍ରଗତି, ପୂର୍ତ ବିଭାଗ ଅଧୀନ ସଡ଼କ ପଥ କାର୍ଯ୍ୟ ନିର୍ମାଣ, ମରାମତି ଆଦି ଗୁରୁତ୍ୱ ପୂର୍ଣ୍ଣ ଅଗ୍ରଣୀ ଯୋଜନା ଗୁଡିକ ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ ।


ପରେ ମହାମାନ୍ୟ ରାଜ୍ୟପାଳ ଅପରାହ୍ନରେ ସାଧାରଣ ଲୋକ, ସ୍ୱେଛାସେବୀ ସଂଗଠନ କର୍ମକର୍ତା, ମୁଦ୍ରା ଯୋଜନା ରେ ସାମିଲ ଓ ସଫଳ ହିତାଧିକାରୀ ମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରି ସେମାନକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ବହୁଳ ଭାବରେ ଉନ୍ନତିର ରାସ୍ତା ଦେଖାଇ ଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ର ବ୍ୟାପକ ପ୍ରଚାର ପ୍ରସାର ଏବଂ ବେକାର ଯୁବକ ଯୁବତୀଙ୍କୁ ଋଣ ସହାୟତା ପ୍ରଦାନ କରିବା ଏବଂ ବ୍ୟାଙ୍କ୍ ଅଧିକାରୀମାନେ ସର୍ଭେ କରି ଋଣ ମେଳା ଆୟୋଜନ ଦିଗରେ ପଦକ୍ଷେପ ନେବାକୁ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଓ ସମସ୍ତ ବ୍ୟାଙ୍କ ପରିଚାଳକ ଙ୍କୁ ନିଦେ୍ର୍ଦଶ ଦେଇଥିଲେ ।

ସାଧାରଣ ଲୋକ ଓ ସ୍ବେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ଙ୍କ ସହ

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ସ୍ୱଚ୍ଛତା ଓ ପ୍ରକୃତ ହିତାଧିକାରୀଙ୍କୁ ଗୃହ ପ୍ରଦାନ କରାଯିବାକୁ ରାଜ୍ୟପାଳ ଗୁରୁତ୍ୱାରୋପ କରିବାସହ ବ୍ଲକ୍ ୱାରି ଓ ପୌରାଂଚଳ, ବିଜ୍ଞାପିତ ଅଂଚଳ ପରିଷଦ ୱାରୀ ଅଗ୍ରଗତି ଉପରେ ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ ଗୃହକାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ବୋନସ ରାଶି ପ୍ରଦାନ ଉପରେ ସମୀକ୍ଷା କରିଥିଲେ ।

ଅନୁସୂଚିତ ଜାତି ଓ ଜନଜାତିଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରେ ସାମିଲ କରାଇ ସେମାନଙ୍କ ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ମହାମାନ୍ୟ ରାଜ୍ୟ ପାଳ ଡ. ହରି ବାବୁ କମ୍ଭମ୍ ପାଟି ଖୋର୍ଦ୍ଧା ପୌରାଂଚଳ ଅଧୀନ ୪ ନମ୍ବର ୱାର୍ଡ ର ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ରେ ଗୃହ ନିର୍ମାଣ କରିଥିବା ହିତାଧିକାରୀ ଲିଙ୍କି ସେନାପତି ଏବଂ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ସାମିଲ ହୋଇ ଗୃହ ନିର୍ମାଣ କରିଥିବା ଖୋର୍ଦ୍ଧା ବ୍ଲକ୍ ବରସାହି ଗ୍ରାମ ପଂଚାୟତ ଅଧୀନ କୁମ୍ଭିଲ ମୌଜାର ହିତାଧିକାରୀ ସୁରମା ସାହୁ ଏବଂ ସୁବାସିନି ସାହୁଙ୍କ ଗୃହ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ସମୀକ୍ଷା ବୈଠକରେ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଂଟର ବରିଷ୍ଠ ଯନ୍ତ୍ରୀ, ଡେପୁଟି କଲେକ୍ଟର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗଦେଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now