ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ

ଅଗଷ୍ଟ ୧୬ ରେ ହେବ ବିଶାଳ ସମାବେଶ

ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

Advertisement

 
ଖୋର୍ଦ୍ଧା :- ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଖୋର୍ଦ୍ଧା ଜିଲ୍ଲା ଆହ୍ଵାନରେ ନୂଆବାସଷ୍ଟାଣ୍ଡରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଭିନ୍ନ ଦାବିନେଇ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ମୁଖ୍ୟଶାସନସଚିବ ଓ ଗଣଶିକ୍ଷା ଶାସନସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରୁ ଅବସର ନେଇଥିବା ଓ ଅବସର ନେବାକୁ ଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କୁ ଚାକିରି ସର୍ତ୍ତାବଳୀ, ପେନସନ୍ ଓ ଅବସରକାଳୀନ ସୁବିଧାସୁଯୋଗ ପ୍ରଦାନ, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ଓ ଗ୍ରେଡ୍ ପେ ରେ ଥିବା ଅସଙ୍ଗତି ଦୂରୀକରଣ, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସରକାରୀକରଣ ଏବଂ ଶିକ୍ଷକ ନିଯୁକ୍ତି, ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ବ୍ୟବସ୍ଥା ପୁନଃପ୍ରଚଳନ ଓ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଆଦି ଦାବି ନେଇ ସରକାରଙ୍କ ସହିତ ବହୁବାର ଆଲୋଚନା ହେବା ଓ ସରକାର ପ୍ରତିଶୃତି ଦେଉଥିଲେ ମଧ୍ୟ ଏଯାବତ୍ ତାହା ପାଳନ କରୁନାହାନ୍ତି ।



ପ୍ରତ୍ୟେକ ମାସରେ ବହୁ ସଂଖ୍ୟାରେ ଶିକ୍ଷକ କର୍ମଚାରୀମାନେ ଅବସର ନେଇ ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି । ଏହାକୁ ତୁରନ୍ତ ସମାଧାନ କରିବା ପାଇଁ ସରକାରଙ୍କୁ କର୍ମକର୍ତ୍ତାମାନେ ଦାବି ଜଣାଇଛନ୍ତି ।
ଏହାର ପ୍ରତିବାଦରେ ଏ ଶୋଭାଯାତ୍ରା ଏବଂ ଆସନ୍ତା ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ଵର ଗାନ୍ଧୀମାର୍ଗରେ ବିଶାଳ ସମାବେଶ ହେବ ବୋଲି ଓଷ୍ଟା ର ଜିଲ୍ଲା ସମ୍ପାଦକ ତଥା ଆବାହକ ସୁଧାକର ମହାପାତ୍ର ପ୍ରକାଶ କରିଛନ୍ତି



ଓଷ୍ଟା ଜିଲ୍ଲା ସଭାପତି ଯୋଗେଶ ଚନ୍ଦ୍ର ସାମନ୍ତସିଂହାର, ଓଷ୍ଟା ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ସମ୍ପାଦକ ରାମାକାନ୍ତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ମଧୁସୂଦନ ଦେ ଓ ଶିଶିର ଦାସ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରକାଶ କୁମାର ପଲାଇ, ଉପସଭାପତି ଶ୍ରୀହରି ମାଳୀ, ରମେଶ ଚନ୍ଦ୍ର ପ୍ରଧାନ, ସ୍ଵର୍ଣ୍ଣପ୍ରଭା ଦେଇ, ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର, ଜିଲ୍ଲା ଯୁଗ୍ମ ସମ୍ପାଦକ ଘନଶ୍ୟାମ ସ୍ଵାଇଁ, ରତିକାନ୍ତ କହଲସିଂ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ସୁନୀଲ ପଣ୍ଡା, କିଶୋର ସୁବୁଦ୍ଧି, ସନ୍ତୋଷ ସାହୁ, ମୃତ୍ୟୁଞ୍ଜୟ ରଥ, ୬୬୨ କଲେଜ କର୍ମଚାରୀ ସଂଘର ସଂଗଠନ ସମ୍ପାଦକ ଗଦାଧର ଶତପଥି, କର୍ମକର୍ତ୍ତା ପ୍ରଦୀପ କୁମାର ମଙ୍ଗରାଜ, ମନୋଜ ଭଞ୍ଜ, ମାଦ୍ରାସା ଜିଲ୍ଲା ସଂଘର ସମ୍ପାଦକ ଫିରୋଜ ଖାଁ, ୧୯୪ ବିଦ୍ୟାଳୟର କର୍ମକର୍ତ୍ତା ଲଲାଟଇନ୍ଦୁ କର, ଜୟନ୍ତୀ ଷଡଙ୍ଗୀ, ପ୍ରଦୀପ୍ତ କୁମାର ବେହେରା, ବଂଶୀଧର ପାଣିଗ୍ରାହୀ ଉପଦେଷ୍ଟା ସନ୍ତୋଷ ଚନ୍ଦ୍ର କର, ଡ଼ ଗଣେଶ୍ଵର ସ୍ଵାଇଁ ପ୍ରମୁଖ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *