ଖୋର୍ଦ୍ଧା : – ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଗ୍ରାମର ମହମୁଦାବାଦ ସ୍ଥିତ ମସଜିଦ ନାସିର ଠାରେ ଅହମଦିୟା ମୁସଲିମ ମହିଳା ସଂଗଠନ ନାସରାତୁଲ ଅହମଦିୟା ମେହମୁଦାବାଦ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଗ୍ରୁପ ମୋହସିନାତର ପିଲାମାନଙ୍କୁ ରଚନା (ନମାଜ କି ଅହମିୟତ କିମ୍ବା ଅରକାନେ ଇସଲାମ) ଏହି ବିଷୟରେ ୨୦୦ଶଦ୍ଦରେ ରଚନା ଲେଖିବାକୁ ଦିଆ ଯାଇଥିଲା ଏବଂ ଗ୍ରୁପ କାନେତାତ ପିଲାମାନଙ୍କ ମଧ୍ୟରେ ଅରକାନେ ଇସଲାମ ବିଷୟରେ ରଚନା ତଥା ହସ୍ତଶିଳ୍ପ ପ୍ରତିଯୋଗିତା କରାଯାଇଥିଲା । ଏହି ପରିଭାବେ ଗ୍ରୁପ ସ୍ୱାଲେହାତ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ୫୦ଜଣ ପିଲା ଭାଗ ନେଇଥିଲେ ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପବିତ୍ର କୋରାନ ପାଠ ସହ ହୋଇଥିଲା । ମାରିୟା ଫୟାଜ ପବିତ୍ର କୋରାନ ପାଠ କରିଥିବା ବେଳେ ସଭାନେତ୍ରୀ ତସୁର୍ରୁନ ନାଜେରିନ ନୀରବ ପ୍ରାର୍ଥନା ଦୁଆ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିଳା ସଂଗଠନର ସଭାନେତ୍ରୀ ତସୁର୍ରୁନ ନାଜେରିନ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସେକ୍ରେଟାରୀ ନାସରାତ ରୁକସାନା ଅଞ୍ଜୁମ ପରିଚାଳନା କରିଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
