ଟୀକାକରଣରେ ସହଯୋଗ କରିବାକୁ ନିବେଦନ :- ପ୍ରଶାସନ
ଖୋର୍ଦ୍ଧା :- ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷୀମାନେ ବେଶ୍ ଲାଭବାନ ହୋଇପାରୁଛନ୍ତି। ପୂର୍ବାପେକ୍ଷା ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଦେଶୀ ଗାଈଙ୍କ ଚାହିଦା ରହିଥିବାବେଳେ ସେମାନଙ୍କ ବଂଶ ବିପଦ ଆଡ଼କୁ ଠେଲି ହୋଇଯାଉଛି। ସେହିପରି ଶଙ୍କର ଜାତୀୟ ଗାଈଚାଷ କରି ଦୁଗ୍ଧ ଉତ୍ପାଦନ ବୃଦ୍ଧି ହିଗୁଣିତ ହେଉଛି। ଏହି ଗୋ-ପାଳନ କରି ଗାଁ ଲୋକମାନେ ବେଶ୍ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି |
ଗ୍ରାମାଞ୍ଚଳ ଗୁଡ଼ିକରେ ଗୋ-ପାଳକମାନଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି I ଗୋରୁଙ୍କ ଚିକିତ୍ସା ପାଇଁ ମାଗଣାରେ ଟୀକାକରଣଠାରୁ ଆରମ୍ଭ କରି ବିନା ମୂଲ୍ୟରେ ଔଷଧ ଆଦି ପ୍ରଦାନ କରାଯାଉଛି | ଗୋ-ସମ୍ପଦର ବିକାଶ ପାଇଁ
ଟୀକାକରଣରେ ସହଯୋଗ କରିବାକୁ ନିବେଦନକଲେ ସିଡିଭିଓ

ମାତ୍ର ବର୍ଷାଦିନେ ଗୋରୁଙ୍କଠାରେ ବ୍ୟାପୁଛି ଫାଟୁଆ, ଚଉଆ, ବଜବଜିଆ, ସାହାଣ ଆଦି ରୋଗ | ଶହ ଶହ ଗୋରୁଗାଈ ଏଥିରେ ଆକ୍ରାନ୍ତ ହେଉଛନ୍ତି I ଏ ନଇ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି । ଗୋରୁଙ୍କ ଠାରେ ଏହି ରୋଗ ଗାଁକୁ ଗାଁ ବ୍ୟାପିବାରେ ଲାଗିଛି | ଅକାଳରେ ଗୋରୁଙ୍କ ଜୀବନ ଚାଲିଯାଉଛି। ଫଳରେ ଗୋ- ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯିବାକୁ ବସିଛି।
ପ୍ରକାଶ ଥାଉକି, ଗୃହପାଳିତ ପଶୁମାନେ ବର୍ଷା ଦିନିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । ଏଇ ଦିନ କେଇଟା ମଧ୍ୟରେ ଫାଟୁଆ, ଚଉଆ, ବଜବଜିଆ, ସାହାଣ ଆଦି ରୋଗରେ ଅନେକ ଗୋରୁ ଆକ୍ରାନ୍ତ ହେଲେଣି । ପ୍ରତି ଗାଁରେ ଏହି ରୋଗ ଏବେ ଗୋରୁଙ୍କଠାରେ ଦେଖାଦେଉଥିବା ଅଭିଯୋଗ ହେଉଛି। ଏ ରୋଗ ସବୁ ବାୟୁବାହିତ । ବିଶେଷକରି କଅଁଳା ବାଛୁରୀମାନଙ୍କୁ ଟିକା ଦିଆଯାଇ ନ ଥିବାରୁ ଏହି ରୋଗର ଶିକାର ହେଉଥିବା ନଜିର ରହିଛି। ଏ ଦିଗରେ ବିଭାଗ ପକ୍ଷରୁ ଆବଶ୍ୟକୀୟ ସଚେତନତା କରାଯାଉ ନ ଥିବା ଅଭିଯୋଗ ହେଉଛି। ଗୋରୁଗାଈ ମାଲିକମାନେ ପ୍ରାଣୀଧନ ବିଭାଗ ସମୟକୁ ଅପେକ୍ଷା ନ କରି ବରଂ ଆକ୍ରାନ୍ତ ପ୍ରାଣୀଙ୍କୁ ଘରୋଇ ଉପାୟରେ ଚିକିତ୍ସା କରୁଛନ୍ତି। ବିଭାଗ ପକ୍ଷରୁ ମାଗଣା ଔଷଧ ଓ ସଚେତନତା ଶିବିର ଜରିଆରେ ଏ ନେଇ ଗୋ-ରକ୍ଷକଙ୍କୁ ସଚେତନ କରାଇବାକୁ ସାଧାରଣରେ ଦାବି ହେଉଛି।

ଏ ନେଇ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାକାରୀ ଡା. ରବିନାରାୟଣ ପଟ୍ଟନାୟକଙ୍କୁ ପଚାରିବାରେ ସେ କୁହନ୍ତି, ବର୍ଷାଦିନରେ ଏହି ରୋଗ ହେଉଛି। ଏହାର ପ୍ରଭାବ କିଛିଦିନ ରହିବ । ଏ ଦିଗରେ ଗୋରୁଗାଈଙ୍କୁ ଯତ୍ନ ନିଆଯିବା ସହ ଔଷଧ ପ୍ରଦାନ କଲେ ରୋଗ ଭଲ ହୋଇଯିବ। ସମସ୍ତ ରୋଗ ପାଇଁ ଟୀକାକରଣ ଜାରି ରହିଛି । ତେବେ ଫାଟୁଆ ମାରାତ୍ମକ ରୋଗ ହୋଇଥିବାରୁ ଏହାକୁ ବିଶେଷ ଗୁରୁତ୍ବ ଦିଆଯାଇ ଟୀକାକରଣ କରାଯାଉଛି। ପ୍ରତ୍ୟେକ ଅଞ୍ଚଳରେ ଟୀକାକରଣ ସରିଛି । ଭ୍ରାମ୍ୟମାଣ ଗାଡ଼ି ଯୋଗେ ସାହାଣ ଓ ବଜବଜିଆ ଟିକା ମଧ୍ୟ ଦିଆଯାଉଛି| ଚାଷୀମାନେ ପ୍ରାଣୀଧନ କର୍ମଚାରୀଙ୍କୁ ଟୀକାକରଣରେ ସହଯୋଗ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି ସି ଡି ଭି ଓ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
