ଜଟଣୀ: ଆମରି ସତ୍ୟ ବିକାଶ ପରିଷଦ ଜଟଣୀ ଓ ରୋଟାରୀ କ୍ଲବ, ଜଟଣୀ ମିଳିତ ଆନୁକୁଲ୍ୟରେ ଶ୍ରୀ ସୁଦର୍ଶନ ମହାପାତ୍ର ଙ୍କ ଆବାହକତ୍ୱ ଓ ପଣ୍ତିତ ପଦ୍ମନାଭ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ଆଲୋଚନାଚକ୍ର ‘ଭାଗବତରେ ସମାଜ ଶିକ୍ଷା’ ଉପରେ ରୋଟାରୀ କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

ସ୍ୱାଗତ ଭାଷଣରେ ଡ: ପ୍ରମୋଦ ଚନ୍ଦ୍ର ଦାଶ ବର୍ତ୍ତମାନ ସମାଜରେ ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାରର ବୃଦ୍ଧି ପାଇ ସାମାଜିକ ଜୀବନ କଳୁଷିତ ହେଉଛି ତାର ନିରାକରଣ ପାଇଁ ମାନସିକ ଶାନ୍ତି ଲୋଡା । ଏଥି ପାଇଁ ଭାଗବତ ଗ୍ରନ୍ଥ ପାଠକରିବା ଏବଂ ବୁଝିବାର ଉପଯୋଗୀତା ଅଛି ବୋଲି ବର୍ଣ୍ଣନା କରିଥିଲେ। ପାଲା ଗାୟକ ସୁଦର୍ଶନ ମହାପାତ୍ର ଅତିଥି ସତ୍କାର ଦ୍ଵାରା ପାପ କ୍ଷୟହୁଏ ବୋଲି କହିବା ସହିତ ସତସଙ୍ଗ, ସତକର୍ମ ର ମହତ୍ତ୍ଵ ସମ୍ବନ୍ଧରେ ଭାବଗତର ବାଣୀ ଉଦାହରଣ ସହ ଆଲୋଚନା କରିଥିଲେ।

ପଣ୍ଡିତ ରମାକାନ୍ତ ମିଶ୍ର କର୍ମଫଳ ତ୍ୟାଗ ସହିତ କର୍ତ୍ତବ୍ୟ କର୍ମ ଆଚରଣ କରିବା ଓ ସତ୍ୟ, ସେବା, ପରୋପକାର ଦ୍ଵାରା ଭଗବତପ୍ରାପ୍ତି ସମ୍ଭବ ବୋଲି କହିଥିଲେ। ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵ ମୁଖ୍ୟ ଅତିଥି ଶ୍ରୀ କାଶୀନାଥ ପାଣିଗ୍ରାହୀ ଭାଗବତରୁ ଶୁଦ୍ଧ ଆଚରଣ ଉଚ୍ଚାରଣ ଶିକ୍ଷା ସହିତ ନୈତିକତା ମୂଲ୍ୟବୋଧର ଶିକ୍ଷା ଲାଭ ହୋଇଥାଏ ବୋଲି ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ତଥା କବି, ସାହିତ୍ୟିକଏଵଂ ଗଳ୍ପ, ପ୍ରବନ୍ଧ, ରମ୍ୟରଚନା ସମ୍ବଳିତ ବହୁ ପୁସ୍ତକ ରଚନା କରିଥିବା ଅମ୍ଲାନ ବ୍ୟକ୍ତିତ୍ଵ ଶ୍ରୀ କାଶୀନାଥ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ରୋଟାରୀ କ୍ଲବ, ଜଟଣୀର ସଭାପତି ଶ୍ରୀ ପ୍ରସାଦ ଜଗଦ୍ଦେବ ଭାଗବତ ପାଠ ଦ୍ଵାରା ବହୁ ସମସ୍ୟା ଦୂରୀଭୂତ ହୋଇଥାଏ ବୋଲି କହିଥିଲେ।

ପ୍ରଥମ ପର୍ଯ୍ୟାୟରେ କବିତା ପାଠ କାର୍ଯ୍ୟକ୍ରମକୁ ଅଧ୍ୟାପିକା ସୌଦାମିନୀ ବେହେରା ,ଅଧ୍ୟାପିକା ଆରତୀ ସେନ୍ ଓ ଅଧ୍ୟାପିକା ରଜନୀ ରଣସିଂହ ସଂଯୋଜନା କରିଥିଲେ। ବ୍ରଜବନ୍ଧୁ ନାୟକ, ଜଗନ୍ନାଥ ନାୟକ, ପ୍ରଭାଷ ଚନ୍ଦ୍ର ମଙ୍ଗରାଜ, ନର୍ମଦା ଦୋରା, କିଶୋର ପାଇକରାୟ, ଜବାହରଲାଲ ସୁବୁଦ୍ଧି, ଡ: ସୁକାନ୍ତି ମହାପାତ୍ର, ଇଁ ଭକ୍ତବନ୍ଧୁ ଚୌଧୁରୀ , ମନୋରମା ପାଢୀ, ଜନାର୍ଦନ ମଙ୍ଗରାଜ ,ରୋଟାରିଆନ ରସିକ ପଟେଲ, ରୋଟାରିଆନ ସୁନୀଲ ଅଗ୍ରୱାଲ୍ଲା , ସମରଜିତ୍ ପଟ୍ଟନାୟକ, ଦାଶରଥି ପଟ୍ଟନାୟକ ,ଡା ସୁବ୍ରତା ପାତ୍ର ,ବିଭୁତି ଭୂଷଣ ନନ୍ଦ, ମଙ୍ଗୁଳି ପାରିଡା, ବିଷୁ ପ୍ରସାଦ ସ୍ଵାଇଁ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁରେଶ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରି ଥିଲେ। ପରିଶେଷରେ ଶ୍ରୀ ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now