ଅନ୍ଧାର ରେ କଦମଗୁଡା ଆଶ୍ରମ ବିଦ୍ୟାଳୟ ର ହଷ୍ଟେଲ, କିଛି ଅଘଟଣ ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ପ୍ରକାଶ କଲେ ଛାତ୍ର ଛାତ୍ରୀ

ମାଲକାନଗିରି, ୨୩।୭: -ଅନ୍ଧାର ରେ ବିଦ୍ୟାଳୟ, ଘଣ୍ଟା ଘଣ୍ଟା ଧରି ବିଜୁଳି ନ ଆସିବାରୁ ଅନ୍ଧକାର ମଧ୍ୟରେ ରହିବା ସହ ସରୀସୃପ ଆସୁଥିବା ନେଇ ଭୟ ପ୍ରକାଶ କଲେ ହଷ୍ଟେଲ ରେ ରହୁଥିବା ଛାତ୍ର ଛାତ୍ରୀ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଆଶ୍ରମ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି କିଛି ଏପରି ଚିତ୍ର। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ସମୟ ଧରି ବିଦ୍ୟାଳୟ ରେ ବିଜୁଳି ନଥିବା ବେଳେ ବାରମ୍ବାର ବିଜୁଳି ବିଭାଗ ର କର୍ମଚାରୀ ଙ୍କୁ ଯୋଗଯୋଗ କରିଥିଲେ ହେଁ ବିଜୁଳି ଆସିନି। ସକାଳୁ ବିଜୁଳି ସମସ୍ୟା ହୋଇଥିଲା ବେଳେ ରାତିରେ ପିଲାଏ ହଷ୍ଟେଲ ରେ ଚଳ ପ୍ରଚଳ କରିବା କଷ୍ଟକର ହୋଇପଡ଼ିଛି। ବର୍ଷା ଦିନେ ଅଞ୍ଚଳରେ ସରୀସୃପ ଭୟ ରହିଥିବା ରୁ ଛାତ୍ରୀ ମାନେ ଅନ୍ଧାର ରେ ଭୟ ପ୍ରକାଶ କରିଛନ୍ତି। ଟର୍ଚ୍ଚ ଜାଳି ପିଲାଏ ଅଗଣା ରେ ଖାଉଥିବା ଓ ଅନ୍ଧକାର ମଧ୍ୟରେ ହଷ୍ଟେଲ ରୁମ ମଧ୍ୟରେ ରହିବା କଷ୍ଟକର ହେଉଥିବା ଅଭିଯୋଗ କରିଛନ୍ତି। ସେହିପରି ମୋଟର ଚାଲୁ ନଥିବାରୁ ପାଣି ମଧ୍ୟ ନାହିଁ, ବାହାରୁ କିଛି କର୍ମଚାରୀ ପାଣି ଆଣି ରୋଷେଇ ହୋଇଥିବା ବେଳେ ଏପରି ସ୍ଥିତିରେ କିଛି ଅସୁବିଧା ହେଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦାୟୀ ରହିବେ ବୋଲି ଛାତ୍ର ଛାତ୍ରୀ ପ୍ରକାଶ କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *