ବଳଙ୍ଗା ନାବାଳିକା ପୀଡିତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡି ସଂଖ୍ୟାଲଘୁ ସେଲ୍‌ର ପ୍ରାର୍ଥନା

ଭୁବନେଶ୍ବର, ୨୩/୦୭: – ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥ‌ିବା ବଳଙ୍ଗା ନାବାଳିକା ପୀଡିତାଙ୍କ ଆଶୁ ଆରୋଗ ରାଗ୍ୟ କାମନା କରି ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ଶଙ୍ଖ ଭବନଠାରେ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରାର୍ଥନା ସଭାରେ ବାଲେଶ୍ବର ଏଫ୍‌ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀର ଆତ୍ମାର ସଦ୍‌ଗତି କାମନା କରାଯିବା ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା।



ସଂଖ୍ୟାଲଘୁ ସେଲ୍ ସହସଂଯୋଜକ ରିଜୁଓ୍ବାନ ବେଗମଙ୍କ ଆବାହକତ୍ୱରେ ଏହି ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଦଳର ବରିଷ୍ଠ ଉପସଭାପତି  ଦେବୀ ପ୍ରସାଦ ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା,  ସଂଜୟ ଦାସ ବର୍ମା, ସୁଶାନ୍ତ ରାଉତ,  ଅନନ୍ତ ନାରାୟଣ ଜେନା, ସୁଲୋଚନା ଦାସ,  ମଂଜୁଲତା କହଁର,  ମନ୍ମଥ ରାଉତରାୟ, ଡ. ଲେନିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ତୁମ୍ବନାଥ ପଣ୍ଡା,  ବିଜୟ ନାୟକ, ସୁବ୍ରତ ଛାଟୋଇ, କସ୍ତୁରୀ ମହାପାତ୍ର, ମୋନାଲିସା ବେହେରା, ମିହିର କୁମାର ରାଉତ, ପ୍ରସନ୍ନ ସାହୁ, ଚଗଲା ଜେନା, ବାସନ୍ତୀ ସିଂ, ସୁମିତ୍ରା ଜେନା, ସୋଫିଆ ଆଲାମ, ବନଜା ମହାନ୍ତି, ଇଲା ସାଇଁ ପ୍ରମୁଖ ରହିଥିଲେ।

ସେହିପରି ସଂଖ୍ୟାଲଘୁ ସଂପ୍ରଦାୟର ଶେଖ ନିଜାମୁଦ୍ଦିନ, ଶକିରୁଲ ରେହମାନ, ମୁଶ୍ରରତ ଖାନ, ମହମ୍ମଦ ମୁବୀନ, ଶେକ୍ ଜଲାଲ, ଶେକ୍ ସବୀର ଅଲ୍ଲୀ, ଜାକିର ଖାନ, ହାଜୀ ସଦୁରୁଲ୍ଲା, ପୀର ମହମ୍ମଦ କଲୀମ, ମେହବୁମ ବେଗ୍ ଓ ଅବୁଲ ଖାୟର ପ୍ରମୁଖ ଯୋଗ ଦେଇ ପୀଡିତାଙ୍କ ଆଶୁ ଆରୋଗ୍ୟ କାମନା ସହ ପରିବାରକୁ ଏହି କଠିନ ସମୟର ସମ୍ମୁଖୀନ ହେବା ପାଇଁ ଶକ୍ତି ଓ ସାହାସ ପ୍ରଦାନ ନିମନ୍ତେ ପ୍ରାର୍ଥନା କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *