ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ନ୍ୟାୟିକ ତଦନ୍ତ ଦାବି
ମୋହନ ସରକାର ହଟାଅ ନାରାରେ କମ୍ପିଲା ବିକ୍ଷୋଭସ୍ଥଳ
ବ୍ରହ୍ମପୁର:- ୨୧/୦୭: -ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ମହିଳାଙ୍କ ବିରୋଧରେ ଅପରାଧରେ ଅହେତୁକ ବୃଦ୍ଧି ବିରୋଧରେ ଓ ଏଫଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ବିଜୁ ଜନତା ଦଳ ତରଫରୁ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ଆରଡିସି ଅଫିସ ସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରାଯାଇଛି। ଏହି ଅବସରରେ, ବିଜେଡିର ହଜାର ହଜାର କର୍ମୀ ସାମିଲ ହୋଇ ରାଜ୍ୟ ବିଜେପି ସରକାରଙ୍କ ବିରୋଧରେ ନାରାବାଜି କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ I ମୋହନ ସରକାର ହଟାଅ ନାରାରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଦଳ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ସ୍ମାରକପତ୍ର ଏହି ତିନି ଆରଡିସିଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।
ବିଜେଡି ତରଫରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିବା ସହିତ ନାରୀ, ଛାତ୍ରୀ ଓ ଶିଶୁ ମାନଙ୍କ ବିରୋଧରେ ଅପରାଧ ବୃଦ୍ଧିପାଇଛି ବୋଲି କୁହାଯାଇଛି। ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟକୁ ବ୍ୟଥୁତ କରିଥିଲା ବେଳେ, ନ୍ୟାୟ ପାଇଁ ଦୀର୍ଘ ୬ ମାସ ଲଢ଼ିବା ପରେ ନ୍ୟାୟ ନପାଇ ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଦେବା ଘଟଣା ସମଗ୍ର ଦେଶରେ ରାଜ୍ୟ ପାଇଁ ଲଜ୍ୟା ଓ ନିନ୍ଦା ଆଣିଛି । ଏଫଏମ କଲେଜ ଘଟଣା ରାଜ୍ୟବାସୀଙ୍କ ମନରୁ ନଲିଭୁଣୁ, ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଗୋଟିଏ ନାବାଳିକାକୁ ଜିଅନ୍ତା ଜାଳିଦେବା ଉଦ୍ୟମ ହୃଦୟ ବିଦାରକ ଥିଲା ।

ଘଟଣା ଲୋକଲୋଚନକୁ ଆସିଛି । ଏହାଛଡା ଦୁଷ୍କର୍ମ, ଗଣଦୁଷ୍କର୍ମ ରାଜ୍ୟରେ ଏକ ନିତି ଦିନିଆ ଘଟଣା ହୋଇଛି। ରାଜ୍ୟରେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି।
ଏଫଏମ କଲେଜରେ ଛାତ୍ରୀ ଜଣକ ଦୀର୍ଘ ୬ ମାସ ଧରି ନ୍ୟାୟ ପାଇଁ ସଙ୍ଘର୍ଷ କରି ଆସୁଥିବା ବେଳେ, ସେ କଲେଜ ଅଧ୍ୟକ୍ଷଙ୍କ ସମ୍ମୁଖରେ ତାଙ୍କ ଅଭିଯୋଗ ଜଣାଇବା ବ୍ୟତୀତ ସ୍ଥାନୀୟ ପୋଲିସ, ଏସପି, ବିଧାୟକ, ସାଂସଦ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, କେହି ତାଙ୍କୁ ନ୍ୟାୟ ପ୍ରଦାନ କରିନଥିଲେ। ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ, ଜଣେ ଉଚ୍ଚନ୍ୟାୟାଳୟର କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ନ୍ୟାୟିକ ତଦନ୍ତ ପାଇଁ ବିଜୁ ଜନତା ଦଳ ଦାବି କରୁଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ରାଜ୍ୟର ତିନୋଟି ଯାକ ଆରଡିସି ଅଫିସ ସମ୍ମୁଖରେ ଦଳ ତରଫରୁ ପ୍ରଦର୍ଶନ କରାଯାଇଥିଲା ।

ବ୍ରହ୍ମପୁର ଆରଡିସି ଅଫିସ୍ ସାମ୍ନାରେ ବିଜେଡିର ବିକ୍ଷୋଭରେ ସଞ୍ଜୟ କୁମାର ଦାସବର୍ମା, ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରବି ନାରାୟଣ ନନ୍ଦ, ପ୍ରଦୀପ ମାଝୀ, ବିକ୍ରମ ପଣ୍ଡା, ଭୃଗୁ ବକ୍ସିପାତ୍ର, ମନୋହର ରନ୍ଧାରୀ, ମାନସ ମାଡକାମୀ, ଝିନ ହିକକା, ରୂପେଶ ପାଣିଗ୍ରାହୀ, ଭାସ୍କର ରାଓ, ଜଗନ୍ନାଥ ସାରକା, ଚକ୍ରମଣୀ କହଁର, ବିକ୍ରମ ଆରୁଖ, ଲତିକା ପ୍ରଧାନ, ରଞ୍ଜିତା ସାହୁ, ସଙ୍ଘମିତ୍ରା ଦଳେଇ, ପ୍ରଫୁଲ୍ଲ ପାଙ୍ଗୀ, ପ୍ରଦୀପ କୁମାର ଦିଶାରୀ, ପୁଷ୍ପେନ୍ଦ୍ର ସିଂହଦେଓ, ପଦ୍ମିନୀ ଦିଆନ, ମନୋରମା ମହାନ୍ତି, ରଘୁନାଥ ଗମାଙ୍ଗୋ, ରମେଶ ମାଝୀ, ଶ୍ରୀକାନ୍ତ ସାହୁ, ପୂର୍ଣ ସ୍ଵାଇଁ, ମଞ୍ଜୁଳା ସ୍ୱାଇଁ, ସୁବାସ ବେହେରା, ବିପ୍ଲବ ପାତ୍ର, ସୂର୍ଯ୍ୟମଣୀ ବୈଦ୍ୟ, ତୁମ୍ବନାଥ ପଣ୍ଡା, ଚକ୍ରମଣୀ କହଁର, ପ୍ରଭୁ ଜାନି, ନନ୍ଦିନୀ ଦେବୀ, ଶ୍ରୀରୂପ ଦେବ, ଅନୁସୂୟା ମାଝୀ ପ୍ରମୁଖ ସାମିଲ ଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now