ବାଇକ୍ ଧକ୍କାରେ କାଉଡିଆ ଆହତ

ଖୋର୍ଦ୍ଧା: -ଖୋର୍ଦ୍ଧା ଉପକଣ୍ଠ ମୁକ୍ତାପୁର- ନିଆଳ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ କାଉଡିଆ ଆହତ ହୋଇଛନ୍ତି ।ଆହତ କାଉଡିଆ ହେଲେ ଜଟଣୀ ଥାନା ଅନ୍ତର୍ଗତ ବଡତୋଟା ର ଶିବଶଙ୍କର ରାଉତରାୟ (୩୫) ବୋଲି ଜଣାଯାଇଛି ।
  ପ୍ରକାଶ ଥାଉକି, ଶ୍ରାବଣ ମାସରେ ଶିବଲିଙ୍ଗରେ ଜଳଲାଗି ପାଇଁ ଶିବ ମାନସିକ କରି ବାଙ୍କୀ ଘାଟରୁ ପାଣି ଧରି ଜଟଣୀ ସୋମନାଥ ଦେବଙ୍କ ପୀଠ ଅଭିମୁଖେ ଆଜି ସଂନ୍ଧ୍ୟାରେ ଯାତ୍ରା କରୁଥିଲେ । ସୋମବାର ଭୋର ରୁ କରିଥାନ୍ତେ ଜଳଲାଗି । କିନ୍ତୁ ଯାତ୍ରା ସମୟରେ ମୁକ୍ତାପୁର- ନିଆଳ ନିକଟରେ ତାଙ୍କର ଦୁର୍ଘଟଣା ଘଟିଥିଲା । ଏଥିରେ କାଉଡିଆ ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲ ରେ ଭର୍ତି କରାଯାଇଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *