ଭିଡିଓ ଭାଇରାଲ୍ ଭୟଦେଖାଇ ୧୦ ଲକ୍ଷ ଟଙ୍କା ଦାବି
କୁଆଁରମୁଣ୍ଡା: – ଧମକଚମକ ଦେଇ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଛି। ଅଭିଯୁକ୍ତ ଏହାର ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରିବାର ଭୟ ଦେଖାଇ ୧୦ ଲକ୍ଷ ଟଙ୍କା ଦାବି କରିଥିଲା। ଛାତ୍ରୀଙ୍କ ପରିବାର ବିଭିନ୍ନ ସମୟରେ ୫ ଲକ୍ଷ ଟଙ୍କା, ମୁନାଗହଣା ଅଭିଯୁକ୍ତକୁ ଦେଇଥିବା ଜଣାପଡ଼ିଛି ଏପରି ଲଜ୍ଜାଳନକ ଘଟଣା ବିରମିତ୍ରପୁର ଥାନା ଅଞ୍ଚଳରେ ଘଟିଛି ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଶୁକ୍ରବାର ରାତିରେ ଅଟକ ରଖିଛି। ସେ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ଘର ରାଉରକେଲାରେ ହୋଇଥିବାବେଳେ କୁଆରମୁଣ୍ଡା ଅଞ୍ଚଳରେ ଏକ ହୋଟେଲ କରିଛନ୍ତି । ଅନ୍ୟପକ୍ଷରେ ଛାତ୍ରୀଙ୍କର ଶନିବାର ଡାକ୍ତରୀ ପରୀକ୍ଷା ହୋଇଥିବା ବେଳେ ରବିବାର ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ପୀଡ଼ିତାଙ୍କ ପରିବାର ରାଉରକେଲାର ହୋଇଥିବାବେଳେ କିଛିବର୍ଷ ପୂର୍ବରୁ ଅଭିଯୁକ୍ତଙ୍କ ସହ ପରିଚୟ ହୋଇଥିଲା ପାରିବାରିକ ଅଶାନ୍ତିର ସୁଯୋଗ ନେଇ ସେ ମା କୁ ଦୁଷ୍କର୍ମ କରିଥିଲା। ଏ କଥା ଛାତ୍ରୀଜଣକ ଘରେ ଜଣାଇଥିଲେ ମଧ୍ୟ ଲୋକଲଜ୍ଜା ଭୟରେ ସେମାନେ କୌଣସି ପଦକ୍ଷେପ ନେଇ ନଥିଲେ। ଏହାପରେ ଅଭିଯୁକ୍ତ ସାହସପାଇ ବ୍ଲାକ୍ମେଲ୍ ଆରମ୍ଭ କରିଥିଲା । ଭିଡିଓ ପ୍ରଘଟର ଭୟଦେଖାଇ ବାରମ୍ବାର
ଝିଅଙ୍କୁ କୁଆରମୁଣ୍ଡା ଅଞ୍ଚଳରେ ଏକ ଭଡ଼ାଘରେ ଥଇଥାନ କରିଥିଲା। ୨୦୨୪ ମେ’ ୩ ତାରିଖରେ ଛାତ୍ରୀଜଣକ ସ୍କୁଲରୁ ଫେରୁଥିବାବେଳେ ତାଙ୍କୁ ଘରେ ଛାଡ଼ିଦେବ ବୋଲି କହି ହୋଟେଲ ପଛପଟ କୋଠରିକୁ ନେଇ ଧମକଚମକ ଦେଇ ଦୁଷ୍କର୍ମ କରିବା ସହ ବର୍ଷକ ଭିତରେ ପ୍ରାୟ ୫ ଲକ୍ଷ ଟଙ୍କା ଓ ସୁନାଗହଣା ଆଦାୟ କରିଥିଲା। ମାତ୍ର ପରେ ଆହୁରି ୫ ଲକ୍ଷ ଦେଲେ ଭିଡିଓ ନଷ୍ଟ କରିବ ବୋଲି କହିଥିଲା। ଏଥିରେ ଅତିଷ୍ଠ ହୋଇ ପରିବାର ପୁଲିସର ଆଶ୍ରୟ ନେଇଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
