ଔଷଧ ଦୋକାନୀକୁ ଖଣ୍ଡାରେ ହାଣିଲେ ଦୁବୃର୍ତ୍ତ

ବ୍ରହ୍ମପୁର :- ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମ ତଳ ସାହି ନିକଟ ଶଙ୍ଖଠାରେ ଜଣେ ଔଷଧ ଦୋକାନୀକୁ ଖଣ୍ଡାରେ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ଯୁବକ ଜଣକ ଗଙ୍ଗା ପଣ୍ଡା(୬୦) । ସେ ଜଣେ କୀଟନାସକ ଔଷଧ ଦୋକାନ ମାଲିକ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ,  ଗଙ୍ଗା ଲାଠି ଗ୍ରାମରେ କୀଟନାସକ ଔଷଧ ଦୋକାନ କରିଛନ୍ତି ।ଗତ କିଛିମାସ ପୂର୍ବେ ଲାଠି ଗ୍ରାମର ଜଡ଼ା ବୋଲି ଜଣେ ବ୍ୟକ୍ତି ଗଙ୍ଗାଙ୍କ ଦୋକାନ ନିକଟକୁ ଆସି କହିଥିଲେ କି ତାଙ୍କ ଭାଇ ମାନସିକ ଚିନ୍ତାରେ ରହୁଛି । କେତେବେଳେ ବିଷ ପିଇ ଆତ୍ମହତ୍ୟା କରିଦେବ । ଭାଇ ଯଦି ଦୋକାନକୁ ଆସିବ ତେବେ କିଛି ଔଷଧ ଦେବ ନାହିଁ । ସେହିକ୍ରମରେ ଜଡ଼ାର ଭାଇ ଗଙ୍ଗାର ଦୋକାନକୁ ଆସିଲେ ଔଷଧ ଦେବାର ନାହିଁ । ବାରମ୍ବାର ସେ ଆସିବା ପରେ ଦିନେ ଗଙ୍ଗା ଔଷଧ ଦେଇଥିଲା । ଔଷଧ ମିଳିବା ପରେ ଜଡ଼ାର ଭାଇ ଆତ୍ମହତ୍ୟା କରିଥିଲେ । ବାରମ୍ବାର କହିବା ପରେ ମଧ୍ୟ ଗଙ୍ଗା ଔଷଧ ଦେବାରୁ ଜଡ଼ାର ଗଙ୍ଗା ପ୍ରତି ରୋଗ ବଢିଥିଲା । ଭାଇ ଆତ୍ମହତ୍ୟା ପାଇଁ ଗଙ୍ଗା ଦାଇ ଭାବି ଜଡ଼ା ଆଜି ରାତିରେ ଗଙ୍ଗା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଜଡ଼ା ପଛପଟୁ
ଖଣ୍ଡା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଖଣ୍ଡା ଚୋଟରେ ଗଙ୍ଗାର ମୁଣ୍ଡ ଓ ଛାତିରେ ଗଭୀତ ଆଘାତ ଲାଗିଛି । ସ୍ଥାନୀୟ ଲୋକେ ଓ ଗଙ୍ଗାଙ୍କ ପରିବାର ଲୋକେ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମେଡ଼ିକାଲରେ ଆହତ ଗଙ୍ଗାଙ୍କ ବୟାନ ରେକର୍ଡ କରିଛି । ପୁଲିସ ଅଭିଯୁକ୍ତ ଜଡ଼ାକୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି । ଜଡ଼ା କହିପାରୁ ନଥିବା ହେତୁ ପୁଲିସ ତଥ୍ୟ ହାସଲ କରିବାରେ ଟିକେ ବିଳମ୍ବ ହେଉଛି । ବର୍ତ୍ତମାନ ତଦନ୍ତ ଚାଲିଛି ।କେଉଁ କାରଣ ପାଇଁ ଗଙ୍ଗାକୁ ଆକ୍ରମଣ କରାଯାଇଛି ତାହା ତଦନ୍ତ ଶେଷ ପରେ ହିଁ ଜଣାପଡ଼ିବ ବୋଲି ଥାନା ଅଧିକାରୀ ରାମ ସୁବ୍ରମଣିମ ପ୍ରଧାନ ସୂଚନା ଦେଇଛନ୍ତି।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *