ବାଲେଶ୍ୱର ଘଟଣାକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା, ପ୍ରିୟଙ୍କା ଗାନ୍ଧୀ କହିଲେ..

ଦିଲ୍ଲୀରୁ ଆରମ୍ଭ କରି ମଣିପୁର, ଓଡ଼ିଶା ପର୍ଯ୍ୟନ୍ତ ବିଜେପିର କଣ ଗୋଟିଏ ଲକ୍ଷ୍ୟ ?

ବାଲେଶ୍ୱର :-  ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଜୀତୀୟ ସ୍ତରରେ ବି ଚର୍ଚ୍ଚା ଆରମ୍ଭ ହୋଇଛି । ଏହାରି ଭିତରେ କଂଗ୍ରେସର ପୋଷ୍ଟର ଗାର୍ଲ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ନିଜ ମତ ରଖିଛନ୍ତି । ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ ଏକ୍ସରେ ପୋଷ୍ଟ କରି ସେ ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ କିଭଳି ଛାତ୍ରୀ ଜଣକ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଚରମ ପଦକ୍ଷେପ ନେଇଥିଲେ ତାହା ବଖାଣିଛନ୍ତି । ଏହା ସହିତ ସେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି ।
ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ ଏକ୍ସରେ ପୋଷ୍ଟ ସେୟାର କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଓଡ଼ିଶାରେ ଆଉ ଜଣେ ଝିଅ ନ୍ୟାୟ ପାଇଁ ଲଢ଼ି ଲଢ଼ି ହାରି ଯାଇଛି । ନ୍ୟାୟ ପାଇଁ ଗୁହାରି କରି ତାକୁ କେବଳ ଅପମାନ ଓ ପ୍ରତାରଣା ମିଳିଥିଲା । ଏହି ଅତ୍ୟାଚାର ତାକୁ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ କଲା ।’
ସେ ଆହୁରି କହିଛନ୍ତି, ‘ଦିଲ୍ଲୀରୁ ଆରମ୍ଭ କରି ମଣିପୁର, ଓଡ଼ିଶା ପର୍ଯ୍ୟନ୍ତ ବିଜେପିର କଣ ଗୋଟିଏ ଲକ୍ଷ୍ୟ ? ଅଭିଯୁକ୍ତକୁ ସମର୍ଥନ କରି ପୀଡ଼ିତାଙ୍କୁ ପ୍ରତାରଣା କରିବା ଓ ନ୍ୟାୟ ଦେବାରେ ବାଧା ସୃଷ୍ଟି କରିବା ।’

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ବର୍ତ୍ତମାନ କଣ ଦେଶର ଅଧା ଜନତାଙ୍କୁ ନ୍ୟାୟର ସମସ୍ତ ଆଶା ଛାଡ଼ିଦେବା ଦରକାର ? ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ଅଭିଯୋଗକୁ ବାରମ୍ବାର ଅଣଦେଖା କରାଯିବା ପରେ ଗତ ଜୁଲାଇ ୧୨ ତାରିଖରେ ସେ ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି । ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।  ଏହାପରେ ମୃତ୍ୟୁ ସହ ୪ ଦିନ କାଳ ସଂଗ୍ରାମ କରି ଶେଷରେ ଜୁଲାଇ ୧୫ ତାରିଖରେ ସେ ଆଖି ବୁଜିଥିଲେ । ଏହାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ଉଠିଛି । ବିରୋଧୀମାନେ ସରକାରଙ୍କୁ ଘେରିଛନ୍ତି । ଜାତୀୟ ସ୍ତରରେ ବି ଏହାକୁ ନେଇ ଆଲୋଚନା ହେଉଛି । ତୁଙ୍ଗ ନେତାମାନେ ଏହି ପ୍ରସଙ୍ଗ ଉପରେ ଟିପ୍ପଣୀ କରୁଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *