ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ମହିଳା ଶିଶୁ ବିକାଶ ପ୍ରକଳ୍ପର ବରିଷ୍ଠ କର୍ମଚାରୀ ମନୋରଞ୍ଜନ ସାହୁ (ମନୁ ଭାଇ) ଙ୍କର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ବୋଲଗଡ଼ ସଦର ମହକୁମାସ୍ଥ ନନ୍ଦିଘୋଷ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ବ୍ଲକର ଅଙ୍ଗନବାଡ଼ି କର୍ମୀ ସହାୟକ ସଂଘର ସଭାନେତ୍ରୀ ମେରୀୟା ବେଗମ୍ ସଭାପତିତ୍ୟ କରିଥିବା ବେଳେ ବରିଷ୍ଠ ଉପଦେଷ୍ଟା ଗଙ୍ଗାଧର ଦାଶ ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ। ସାଧାରଣ ସମ୍ପାଦିକା ସୁଲୋଚନା ପରିଡ଼ା ବିବରଣୀ ପାଠ କରିଥିଲେ।ପ୍ରକଳ୍ପ ଅଧିକାରିଣୀ ସୁଷମା ପ୍ରଧାନ ମୁଖ୍ୟ ଅତିଥି, ମମତା ଯୋଜନା ର ମୁଖ୍ୟ ବିଷ୍ଣୁପ୍ରିୟା ବାରିକ, ସମ୍ମାନିତ ଅତିଥି ମୁଖ୍ୟ ବକ୍ତା ଭାବେ ବରିଷ୍ଠ କର୍ମଚାରୀ ସମ୍ରାଟ୍ ଅରିସଲ ଅନ୍ୟତମ ଅତିଥି ଭାବେ ନମିତା ରାଣୀ ମଙ୍ଗରାଜ , ଶର୍ମିଷ୍ଠା ବାରିକ,ଲିଲି ତିର୍କୀ , ଭବାନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ କର୍ମଚାରୀ ମନୋରଞ୍ଜନ ସାହୁ ଙ୍କୁ ଉପଢୌକନ ମାନପତ୍ର ଉତ୍ତରୀୟ ସହ ବହୁ ଉପହାର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡ଼ି ସଂଘର ଉପସଭାନେତ୍ରୀ ପ୍ରତିମା ଦେଇ ସଂଗଠନ ସମ୍ପଦିକା ନମିତା ରାଣୀ ପ୍ରଧାନ, ସହ ସଂପାଦିକା ପ୍ରଭାସିନୀ ମହାରଣା, କୋଷଧକ୍ଷା ରେଣୁବାଳା ଦେଇ, ପ୍ରବୀଣ ରଣସିଂହ , ଶାନ୍ତିଲତା ଦେଇ , ମହେଶ୍ୱତା ଲକ୍ଷ୍ମୀ ଦେଇ ପ୍ରମୁଖ ଉପସ୍ଥିତ ରହି ମନୁଭାଇ ଙ୍କ ୨୫ ବର୍ଷର କାର୍ଯ୍ୟ ଦକ୍ଷତା, ମିଷ୍ଟଭାଷୀ, ପରୋପକାରୀ, ସହଯୋଗୀ, ଆଦି ବହୂତ ଗୁଣଗାନ କରିଥିଲେ ଶେଷରେ ମେରିୟା ବେଗମ ଧନ୍ୟବାଦ୍ ଅର୍ପଣ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
