ଗିରଫଦାରୀ ପ୍ରତିବାଦରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ
ଖୋର୍ଦ୍ଧା: – ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଅବକାରୀ ମୋବାଇଲ ଟିମ୍ ସଦର ଥାନା ତଥା ବେଗୁନିଆ ବ୍ଲକ୍ ଅନ୍ତର୍ଗତ କୁଞ୍ଜୁରୀ ପଂଚାୟତର ପୋଡ଼ାପାଟଣା ଗ୍ରାମର ବିଶିଷ୍ଟ ବ୍ୟବସାୟୀ ପଦ୍ମଲାଭ ସାହୁ (ବିର)ଙ୍କ ମିକ୍ସଚର ଗୋଦାମରେ ଚଢଉ କରି ୧୫୦ ଗ୍ରାମ ବ୍ରାଉନସୁଗର ସମେତ ୧ଲକ୍ଷ ନଗଦ ଟଙ୍କା, ଏକ ଫୋନ୍ କୁ ଜବତ କରିଛି । ଏହି ଘଟଣାରେ ପଦ୍ମଲାଭ ସାହୁ ଏବଂ ସାନପଦର ଗ୍ରାମର ରଞ୍ଜନ କୁମାର ମହାପାତ୍ର (୩୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ସୂଚନା ଦେଇଛି । ମାତ୍ର ହି ଘଟଣାରେ ଦେଖା ଦେଇଛି ଏକ ରୋଚକ ମୋଡ । ପଦ୍ମଲାଭ ଙ୍କୁ ଚକ୍ରାନ୍ତ କରି ଫସାଇ ଦିଆ ଯାଇଛି ବୋଲି ଅଭିଯୋଗ ଆଣି ଗ୍ରାମବାସୀ ମାନେ ଆଜି ସକାଳୁ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ମିଳିଥିବା ସୂଚନା ପ୍ରକାରେ, ସାନପଦର ର ରଞ୍ଜନ ସମେତ ପୋଡ଼ାପାଟଣା ଗ୍ରାମର ବିଶିଷ୍ଟ ବ୍ୟବସାୟୀ ପଦ୍ମଲାଭ ସାହୁଙ୍କୁ ମିକ୍ସଚର ପ୍ୟାକେଟ ଭିତରେ ବ୍ରାଉନ୍ ସୁଗାର୍ ବ୍ୟବସାୟ କରୁଥିବା ଅଭିଯୋଗରେ ୧୫୦ଗ୍ରାମ ବ୍ରାଉନ୍ ସୁଗାର୍ ସହିତ ବାନ୍ଧିଛି ଖୋର୍ଦ୍ଧା ଅବକାରୀ ମୋବାଇଲ ୟୁନିଟ ଟିମ୍ । ପଦ୍ମଲାଭଙ୍କ ଗିରଫ ଘଟଣା ଆଜି ସକାଳୁ ରୋଚକ ମୋଡ ନେଇଛି । ପଦ୍ମଲାଭଙ୍କୁ ଚକ୍ରାନ୍ତ କରି ଫସାଇ ଦିଆ ଯାଇଛି ବୋଲି କହି ଗ୍ରାମବାସୀ ମାନେ ଆଜି ସକାଳୁ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ଗାଁ ର ଶତାଧିକ ପୁରୁଷ ,ମହିଳା, ଲୋକ ପ୍ରତିନିଧି ଅବକାରୀ କାର୍ଯ୍ୟାଳୟ ରେ ପହଁଚି ପଦ୍ମଲାଭଙ୍କ ଗିରଫଦାରୀ କୁ ବିରୋଧ କରି ଅବକାରୀ ଅଧିକ୍ଷକଙ୍କ ସହ ଯୁକ୍ତି ତର୍କ କରିଥିବା ଦେଖିବାକୁ ମିଳିଥିଲା ।
ଏପରିକି ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ମଧ୍ୟ ଲୋକଙ୍କ ସହ ସାମିଲ ହୋଇ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଙ୍କୁ ଚକ୍ରାନ୍ତ କରି ତାଙ୍କ ସହିତ ଏପରି ଘୃଣ୍ୟ କାମ କରା ଯାଇଥିବା ବେଳେ ଏହାର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।
ଅବକାରି ଅଧିକ୍ଷକ ସୁମତୀ ତ୍ରିପାଠୀଙ୍କ କହିବା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ମୋବାଇଲ ଟିମ୍ ପୋଡ଼ାପାଟଣା ଗ୍ରାମରେ ଏକ ମିକ୍ସଚର୍ ଗୋଦାମରେ ଗତ ରାତିରେ ଚଢ଼ାଉ କଲାବେଳେ ବସ୍ତା ଭିତରୁ ବାହାରିଲା ମିକ୍ସଚର ପ୍ୟାକେଟ । ଆଉ ପ୍ୟାକେଟ ଭିତରେ ଥିଲା ଛଅ ପ୍ୟାକେଟ ଧଳା ଜହର । ଜବତ ବ୍ରାଉନ ସୁଗାର ପରିମାଣ ୧୫୦ଗ୍ରାମ । ଯାହା ଆନୁମାନିକ ମୂଲ୍ୟ ୧୫ଲକ୍ଷ ହେବ । ଏଥିସହ ନଗଦ ୧ଲକ୍ଷ ଟଙ୍କା ମଧ୍ୟ ଜବତ କରିବା ସହିତ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି ।
ଅନ୍ୟପକ୍ଷରେ ଗୋଦାମରେ ଚଢଉବେଳେ ଗାଁ ର ଉନ୍ନୟନ ପ୍ରକଳ୍ପ କାମରେ ବିଲ ଅର୍ଥ ଘରେ ଥିବା ୫ଲକ୍ଷ ଏବଂ ମିକ୍ସଚର ବେପାର ବାବଦ ୨ଲକ୍ଷ ଟଙ୍କା ଅବକାରୀ ଟିମ୍ ଆଣିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମାତ୍ର ଅବକାରୀ ଟିମ୍ ନଗଦ ୧ଲକ୍ଷ ଟଙ୍କା ଜବତ କହିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।
ସେହିପରି ଯେଉଁ ମିକ୍ସଚର ପ୍ୟାକେଟ ରୁ ବ୍ରାଉନସୁଗର ପ୍ୟାକେଟ ମିଳିଛି ତାହାର ସିଲ କୁ କଟାଯାଇ ପଛରେ ନିଆଁ ମାଧ୍ୟମରେ ପୁନର୍ବାର ସିଲ କରିବା ଏବଂ ଜବତ ସମୟରେ ପଦ୍ମଲାଭ କୁ ଉକ୍ତ ଗାଡିରେ ନଆଣି ୩୦ମିନିଟ ପରେ ଗାଡିକୁ ଆଣିବା ପଛରେ କିଛି କୁଚକ୍ର ରହିଛି ବୋଲି ଗ୍ରାମବାସୀ ଓ ଲୋକ ପ୍ରତିନିଧିମାନେ ଦାବୀ କରିଛନ୍ତି ।
ଏଥିସହିତ ଏଥିରେ ଅବକାରୀ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ଅସହିଷ୍ଣୁ ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କର ଉକେôାଚ ନେଇ ପଦ୍ମଲାଭଙ୍କ ଭଳି ଜଣେ ସରଳ ଲୋକଙ୍କୁ ଫସାଇଥିବା କହିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
