ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଯୋଗଦେଲେ ବିଧାୟକ

ଖୋର୍ଦ୍ଧା: – ବେଗୁନିଆ ବ୍ଲକ୍ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗରାଜ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଦର୍ଶ ସହକାରୀ ବରିଷ୍ଠ ଶିକ୍ଷକ କେଦାରନାଥ ରାଉତରାୟଙ୍କ ଅବସର ସମ୍ବର୍ଧନା ଉତ୍ସଵ ବିଦ୍ୟାଳୟ ପରିସରରେ ଓ  ଶିକ୍ଷକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି l


ଉକ୍ତ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଅକ୍ଷୟ କୁମାର ରାଉତରାୟ, ସମିତି ସଭ୍ୟା ନମିତା ବେହେରା, ଶିକ୍ଷାବିତ୍ ବଳରାମ ରଣସିଂହ,ପୂର୍ବତନ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଖ।ଡଙ୍ଗା , ଶିକ୍ଷାବିତ୍ ଗୌରହରି ମିଶ୍ର, ଦଲକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ପାଇକରାୟ, ସମାଜସେବୀ ଜିତେନ୍ଦ୍ର ପାହାଡ଼ ସିଂହ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରାଉତରାୟ ଙ୍କ ଗୁଣଗାନ କରିବା ସହ ତାଙ୍କର ଅବସର ଜୀବନ ଭଲ ରେ କଟୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *