ଖୋର୍ଦ୍ଧା ଜିଲ୍ଲା ଓଷ୍ଟା ର କାର୍ଯ୍ୟକାରୀ କମିଟି ବୈଠକ
ଖୋର୍ଦ୍ଧା:- ପଲ୍ଲାସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକ ଏଥିରେ ସଭାପତିତ୍ୱ କରିଥିଲେ । ୧୯୪ ବିଦ୍ୟାଳୟର ଅନୁଦାନ, ଅନୁଦାନପ୍ରାପ୍ତ ବିଦ୍ୟାଳୟ ଶିକ୍ଷକ କର୍ମଚାରୀ ମାନଙ୍କର ପେନସନ୍ ଓ ଚାକିରି ସର୍ତାବଳୀ, ସବୁ ବର୍ଗର ବିଦ୍ୟାଳୟରେ ଶୂନ୍ୟ ପଦବୀ ଯଥାଶୀଘ୍ର ପୂରଣ, ହିନ୍ଦୀ, ସଂସ୍କୃତ ଓ କ୍ରିଡା ଶିକ୍ଷକ ମାନଙ୍କର ଉଚ୍ଚବେତନ, ଅପଗ୍ରେଡସନ୍ ହୋଇଥିବା ବିଦ୍ୟାଳୟ ମାନଙ୍କର ସମସ୍ୟା, ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ସ୍ଥାୟୀ ପଞ୍ଜୀକରଣ, ଚୁକ୍ତିଭିତିକ ୬ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରିରେ ମିଶ୍ରଣ ସମସ୍ୟା ସହିତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଶିକ୍ଷକମାନଙ୍କର ସମସ୍ୟା ନେଇ ଖୁବ୍ ଶୀଘ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ସହିତ ଆଲୋଚନା କରାଯିବ ବୋଲି ବୈଠକରେ ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର ପ୍ରକାଶ କରିଥିଲେ ।

ସରକାର ଦାବି ପୂରଣ ଦିଗରେ କାଳବିଳମ୍ବ କଲେ କ୍ରାନ୍ତି ଦିବସ ଅଗଷ୍ଟ ୯ ତାରିଖରେ ବିଶାଳ ଶିକ୍ଷକ ସମାବେଶ ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବାରମ୍ବାର ସମସ୍ୟା ଉପରେ ଆଲୋଚନା ଓ ପ୍ରତିଶ୍ରୁତି ପାଳନରେ ସରକାରଙ୍କର ଅବହେଳା ନେଇ ବୈଠକରେ କର୍ମକର୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ । ଏହି ଅବସରରେ କାର୍ଯ୍ୟକାରୀ କମିଟିର ସଭ୍ୟ ପ୍ରମୋଦ କୁମାର ସ୍ୱାଇଁ ପଦୋନ୍ନତି ପାଇଁ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାପୀଠ ବେଗୁନିଆରେ ପ୍ରଧାନଶିକ୍ଷକ ଭାବେ ଯୋଗଦାନ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ବୈଠକରେ ସମ୍ପାଦକ ରାମାକାନ୍ତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ମଧୁସୂଦନ ଦେ, ଶିଶିର ଦାଶ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଯୋଗେଶ ଚନ୍ଦ୍ର ସାମନ୍ତସିଂହାର, ଉପଦେଷ୍ଟା ସନ୍ତୋଷ ଚନ୍ଦ୍ର କର, ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ କୈଳାଶ ଚନ୍ଦ୍ର ତ୍ରିପାଠୀ, ତ୍ରିନାଥ ହୋତା, ଘନଶ୍ୟାମ ସ୍ୱାଇଁ, ପ୍ରକାଶ କୁମାର ପଲାଇ, ଶ୍ରୀହରି ମାଳି, ରମେଶ ଚନ୍ଦ୍ର ପ୍ରଧାନ, ସୁନୀଲ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, କିଶୋର ସୁବୁଦ୍ଧି, ନିରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now