ଜିଲ୍ଲାପାଳ ପଦବୀ ଖାଲି ପଡିଛି କେମିତି ସଠିକ୍ ଭାବେ ହେବ  ବନ୍ୟା ମୁକାବିଲା..ଭୟଭୀତ ଜନସାଧାରଣ

ସପ୍ତାହେ ଭିତରେ ଜିଲ୍ଲାକୁ ଛୁଇଁବ ହୀରାକୁଦ ବ ବନ୍ୟାଜଳ; ଆଶଙ୍କାରେ ସ୍ଥାନୀୟ ବାସିନ୍ଦା

ଖୋର୍ଦ୍ଧା :- ରବିବାର ହୀରାକୁଦ ଡ୍ୟାମ୍ରୁ ଖୋଲିଲା ୨୦ଟି ଗେଟ୍। ୪୮ ଘଣ୍ଟା ପରେ ମୁଣ୍ଡଳୀରେ ପହଞ୍ଚିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ | ଆଗକୁ ଲଘୁଚାପ ପ୍ରଭାବରେ ବର୍ଷାର ପ୍ରଭାବ ମଧ୍ୟ ଜାରି ରହିବ | ୪ଦିନ ପରେ ପୂର୍ଣ୍ଣିମା ତିଥି ପଡୁଥିବାରୁ ସମୁଦ୍ରରେ ଜୁଆର ମାଡ଼ି ଆସିବ | ପୂର୍ଣ୍ଣିମାର ୪ଦିନ ପରେ ସଂକ୍ରାନ୍ତି ପଡୁଥିବାରୁ ସମୁଦ୍ର ପାଣି ଟାଣିବା ଅସମ୍ଭବ | ଫଳରେ ବନ୍ୟାର ପ୍ରଭାବ ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲା, କଟକ ଜିଲ୍ଲାରେ ଦେଖାଦେବ ବୋଲି ଆଶା କରାଯାଉଛି I ଛତିଶଗଡ଼ ଏବଂ ଉପର ମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଥ‌ିବାରୁ ଆଗକୁ ଅଧିକ ଗେଟ୍ ଖୋଲିବାର ସମ୍ଭାବନା ରହିଛି। ୨୦୨୪ ଜୁଲାଇ ୨୬ରେ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଇଥିବା ବେଳେ ଚଳିତ ବର୍ଷ ରବିବାର ଖୋଲାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରକାର ପ୍ରସ୍ତୁତି ବୈଠକ, ବନ୍ୟା ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆଗୁଆ କୌଣସି ପ୍ରକାର
ପ୍ରଶ।ସନିକ ପ୍ରସ୍ତୁତି ଆରମ୍ଭ ହୋଇ ନାହିଁ। ହଁ  ପ୍ରଶାସନର ବନ୍ୟା ମୁକାବିଲାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କଲାଣି। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ୧ ନମ୍ବର ଏବଂ ରାଜଧାନୀ ସଂଲଗ୍ନ ଜିଲ୍ଲା ହୋଇଥିଲେ ମଧ୍ୟ ଏହା ବର୍ତ୍ତମାନ ମୁଆବିହୀନ ହୋଇ ରହିଛି। ରାଜ୍ୟ ସରକାର ପୂର୍ବତନ ଜିଲ୍ଲାପାଳ

ଚଞ୍ଚଳ ରାଣାଙ୍କୁ ହଠାତ୍ ବଦଳି କରିବା ପରେ ତାଙ୍କ ସ୍ଥାନରେ ଏ ପର୍ଯ୍ୟନ୍ତ କାହାକୁ ନିଯୁକ୍ତି ଦେଇନାହାନ୍ତି। ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ମଧ୍ୟ ଅନୁପସ୍ଥିତ ଅଛନ୍ତି | ବନ୍ୟାଞ୍ଚଳ ଲୋକଙ୍କ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଲକ୍, ବେଗୁନିଆ ବ୍ଲକ୍, ଜଟଣୀ ବ୍ଲକ୍‌ରେ ଏହାର ପ୍ରଭାବ ବିଶେଷ ଦେଖ‌ିବାକୁ ମିଳିବ | ମହାନଦୀର ପଛୁଆ ଜଳ ଆସିଲେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେବ | ପଛକୁ ପଛ ଆସୁଛି ଲଘୁଚାପ ପାଣିପାଗ ବିଭାଗର ଏଭଳି ସୂଚନା ପରେ ଚିନ୍ତାରେ ରହିଛନ୍ତି ଖୋର୍ଦ୍ଧା ଜିଲ୍ଲାର ମଲାଗୁଣୀ, ରାଜୁଆ, ମନ୍ଦାକିନୀ, ଗୋବରା, ରଣ, ହଡ଼ା, କୁସୁମୀ ଏବଂ ଚିଲିକା ହ୍ରଦ ସମେତ ଶାଳିଆ ଜଳଭଣ୍ଡାର ତଟବର୍ତ୍ତୀ ପଞ୍ଚାୟତବାସୀ | ରବିବାର ମଧ୍ୟ ଅନେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାବେଳେ ଆଉ କେତେକ ସ୍ଥାନରେ ନିର୍ମାଣ କରାଯାଇଥିବା ବ୍ୟାରେଜ୍‌ଗୁଡ଼ିକ ଭାଙ୍ଗିରୁଜି ପଡ଼ିଥିବା ଦେଖ‌ିବାକୁ ମିଳିଛି | ଆଗକୁ ଜୋର୍ ଲଘୁଚାପ ବର୍ଷା ହେଲେ ଉକ୍ତ ନ‌ଦୀଗୁଡ଼ିକର ଜଳସ୍ତର ବୃଦ୍ଧି ହେବା ଆଶଙ୍କା ରହିଛି। ଏଥିସହିତ ଏହା ଜନବସତି ଆଡ଼କୁ ମାଡ଼ି ଆସିବାର ନଳିର ଥିବାରୁ ଉକ୍ତ ଅଞ୍ଚଳର ଲୋକମାନେ ଏବେବନ୍ୟା ଆଶଙ୍କାରେ ରହିଥିବା ଜଣାଯାଇଛି। ୨୦୨୩ରେ ୧୦ ଦିନ ଏବଂ ୨୦୨୪ରେ ୪ଦିନ ଧରି ଗାଁଗୁଡ଼ିକରେ ବନ୍ୟାଜଳ ଲହଡ଼ି ମାରିଥିଲା। ଏବେ ହୀରାକୁଦ ଜଳଭଣ୍ଡାରରୁ ୨୦ ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସିତ ହେଉଛି | ଖୁବ୍‌ଶୀଘ୍ର ବନ୍ୟାଜଳ ଗାଁଗୁଡ଼ିକରେ ପ୍ରବେଶ କରିବ।

ବିଶେଷ କରି ଯଦି ବନ୍ୟା ହୁଏ  ବେଗୁନିଆ ବ୍ଲକ୍ ର ସରୁଆ, ବାଘମାରି, ପୋଡ଼ାଡିହ, ଦୁର୍ଗାପୁର ର ଚାଷୀକୁଳ କ୍ଷତିଗ୍ରସ୍ତ ହେବା ସହ ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ଣପ୍ରସ୍ରବଣ ମଧ୍ୟ ବୁଡେ ଓ ଜାତୀୟ ରାଜପଥ ସାରୁଆ ବାଘମାରି ଥରେ ଜଳମଗ୍ନ ହୁଏ ଯାହାଦ୍ଵାରା ଯାତାୟାତ ରେ ବହୁତ୍ ସମସ୍ୟା ଦେଖା ଯାଏ। ବୋଲଗଡ ବ୍ଲକ୍ ର କ।ଳିଗିରି  ନଦୀ ବନ୍ୟାରେ କିଛି ପଞ୍ଚାୟତ ପ୍ରଭାବିତ ହୁଏ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *