ଖୋର୍ଦ୍ଧା:- (ଶୁଭ ଖବର)ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ଶାଖା ପକ୍ଷରୁ ମିଳିତ ଭାବେ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ରୀନା ରାଉତ, ରେଡ଼କ୍ରସ ଅଧିକାରୀ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବେଛାସେବୀ ଓ ଅନ୍ୟ ଛାତ୍ରଛାତ୍ରୀମାନେ ସାମିଲ ହୋଇ ସବୁଜ ପୃଥିବୀ ଓ ମା ପାଇଁ ଗଛଟିଏ ସଂକଳ୍ପ ନେଇ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। ଚଳିତ ବର୍ଷ ବର୍ତ୍ତମାନ ଠାରୁ ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ଚିଲିକାକୂଳ ଓ ସ୍ଥାନୀୟ ଅଂଚଳରେ “ମା ପାଇଁ ଗଛ ଟିଏ” ଶୀର୍ଷକରେ ବ୍ୟାପକ ବୃକ୍ଷ ରୋପଣ କରାଯିବା ପାଇଁ ଜାତୀୟ ସେବା ଯୋଜନା ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ସ୍ବେଛାସେଵୀମାନେ ଭବିଷ୍ୟତ ରେ ବିଦେଶାଗତ ପକ୍ଷୀ ଓ ପଥିକ ମାନଙ୍କ ପାଇଁ ଚିଲିକା କୂଳରେ ଏକ ବରଗଛ ରୋପଣ କରି ଏହାର ସାମୂହିକ ଯତ୍ନ ନେବାକୁ ଶପଥ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ସ୍ବେଛାସେବୀମାନେ ଚିଲିକା କୂଳରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ। ସ୍ବେଛାସେବୀ ଶିବ ମହାରଣା, ନୀଳକଣ୍ଠ ଦାସ, ରାହୁଲ ଜେନା, ତନ୍ମୟ ବାରିକ, ପ୍ରଜ୍ଞାସ୍ମିତା ସାହୁ, ମାମାଲି ହାତୀ, ରବିନା ଦାସ, ସନ୍ଧ୍ୟାରାଣୀ ପାଇକରାୟ, ରୁପାଲୀ ପ୍ରଧାନ, ଲଷ୍ମୀପ୍ରିୟା ପ୍ରଧାନ, ରଶ୍ମିରେଖା ବେହେରା ଓ ଚିନ୍ମୟୀ ଦାସ ପ୍ରମୁଖ ସ୍ବେଛାସେବୀ ମାନେ ନିଜ ମା’ଙ୍କ ପାଇଁ ବୃକ୍ଷ ରୋପଣ କରି ସେଗୁଡିକର ଯତ୍ନ ନେବେ ବୋଲି ସଂକଳ୍ପ ନେଇଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now