ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ଓ ବିଭ୍ରାଟ ଘଟଣା
ବିଭ୍ରାଟ ସରକାରଙ୍କ ବେପରୁଆ ମନୋଭାବ ଓ ସମ୍ବେଦନହୀନତା ଯୋଗୁଁ ବିଭ୍ରାତ
୧୦ ହଜାରରୁ ଅଧୂକ କର୍ଡନ ପାସ ବିଭ୍ରାଟର ମୁଖ୍ୟ କାରଣ
ସନ୍ଧ୍ୟା ପରେ ରଥଟଣା ପରମ୍ପରାର ଉଲ୍ଲଙ୍ଘନ
ଭୁବନେଶ୍ଵର:- ଚଳିତ ବର୍ଷ ରଥଯାତ୍ରାରେ ହୋଇଥିବା ବ୍ୟାପକ ଅବ୍ୟବସ୍ଥା ଓ
ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ଆଜି ଆଜି ବିଜୁ ଜନତା ଦଳ ତରଫରୁ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ମାଧ୍ୟମରେ ଉଚ୍ଚନ୍ୟାୟାଳୟର ଏକ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବା ପାଇଁ ଦାବି ରଖାଯାଇଛି। ରଥଯାତ୍ରାର ବାକିଥିବା ନୀତି ଓ କାର୍ଯ୍ୟସୂଚୀ କିପରି ତ୍ରୁଟିଶୂନ୍ୟ ଭାବେ ଅନୁଷ୍ଠିତ ହେବ, ସେନେଇ ରାଜ୍ୟପାଳ ମହୋଦୟ ନିଜେ ହସ୍ତକ୍ଷେପ କରି ତ୍ରୁଟିଶୂନ୍ୟ କରିବା ପାଇଁ ବିଜୁ ଜନତା ଦଳ ତରଫରୁ ଅନୁରୋଧ କରାଯାଇଛି।

ଆଜି ପୂର୍ବାହ୍ନରେ, ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ୱଙ୍କ ଏକ ପ୍ରତିନିଧ୍ ମଣ୍ଡଳୀ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ୍ପତିଙ୍କୁ ଭେଟି ଚଳିତ ବର୍ଷ ରଥଯାତ୍ରା ସମୟରେ ହୋଇଥିବା ବ୍ୟାପକ ଅବ୍ୟବସ୍ଥା ଓ ବିଭ୍ରାଟ ସମ୍ପର୍କରେ ଆଲୋଚନା କରିବା ସହିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପବିତ୍ର ରଥଯାତ୍ରା ସମୟରେ ଘଟିଥିବା ଅବ୍ୟବସ୍ଥା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଙ୍କ ମନରେ ଗଭୀର ଆଘାତ ଦେଇଛି ବୋଲି ସ୍ମାରକପତ୍ର ରେ କୁହାଯାଇଛି। ରାଜ୍ୟ ବିଜେପି ସରକାରଙ୍କ ବେପରୁଆ ମନୋଭାବ ଓ ସମ୍ବେଦନହୀନତା ଯୋଗୁଁ, ଏ ବର୍ଷ ରଥଯାତ୍ରା ଦିନ ଭିଡ଼ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡିଥିଲା, ପରିଣାମ ସ୍ୱରୂପ ପ୍ରଥମ ଦିନ ରଥଟଣା ସମୟରେ ୭୫୦ ଜଣ ଭକ୍ତ ଆହତ ହୋଇଥିଲେ। ସେହିପରି, ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ଠିଆ ହୋଇଥିବା ସମୟରେ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ନଥିବା କାରଣରୁ ଭକ୍ତ ମାନଙ୍କ ଭିତରେ ଦଳାଚକଟା ହୋଇ ୩ ଜଣ ପ୍ରାଣ ହରାଇଥିଲେ। ରଥଯାତ୍ରା ଦିନ ଭୁବନେଶ୍ଵରରୁ ରଥଯାତ୍ରାର ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ବରିଷ୍ଠ ସାମ୍ବାଦିକ ମାନଙ୍କ ପାଖରେ କର୍ଜନ ପାସ ଥିବା ସତ୍ତ୍ୱେ ସେମାନଙ୍କୁ କର୍ଡନ ଭିତରକୁ ଛଡାଯାଇ ନଥୁଲା, ଓଲଟି ପୋଲିସ ମାଡରେ ୬ ଜଣ ବରିଷ୍ଠ ସାମ୍ବାଦିକ ଆହତ ହୋଇଥିଲେ ।
ସେହିପରି ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ରହିବା କାରଣରୁ ଦେଶ ବିଦେଶରୁ ଆସିଥିବା ଭକ୍ତ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରାୟ ୧୦ ହଜାରରୁ ଉର୍ଦୁ କର୍ଡନ ପାସ୍ ମୁଖ୍ଯତଃ ବିଜେପି କର୍ମୀ ମାନଙ୍କୁ ପ୍ରଦାନ କରାଯାଇଥିଲା । ଏହି ପାସ୍ଧାରୀ ମାନେ କର୍ଡନ ଭିତରେ ଅଧୂକ ଭିଡ଼ କରିବା କାରଣରୁ ରଥଟଣାରେ ବ୍ୟାପକ ବିଭ୍ରାଟ ଦେଖୁବାକୁ ମିଳିଥିଲା।

ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନେକ ବୈଠକ ହୋଇଥିଲା ଓ ଏହି ବର୍ଷ ତ୍ରୁଟିଶୂନ୍ୟ ଓ ଐତିହାସିକ ରଥଯାତ୍ରା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ରଥଯାତ୍ରା ସୁପରିଚାଳନାର ତଦାରଖ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଥିଲେ । କିନ୍ତୁ, ଦୁର୍ଭାଗ୍ୟର କଥା ଏସବୁ ସତ୍ତ୍ବେ, ରଥଯାତ୍ରା ଶୃଙ୍ଖଳିତ ହୋଇପାରିଲା ନାହିଁ । ସନ୍ଧ୍ୟା ପରେ ରଥଟଣା ହେବାର ପରମ୍ପରା ନଥିବା ବେଳେ ସନ୍ଧ୍ୟା ୭.୪୫ ମିନିଟରେ ନନ୍ଦିଘୋଷ ରଥକୁ କିଛି ପାଦ ଟଣା ଯାଇଥିଲା, ଯାହା ରାଜ୍ୟବାସୀ ଓ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମନରେ ଗଭୀର ଆଘାତ ଦେଇଛି।
ସ୍ମାରକ ପତ୍ରରେ ଆହୁରି କୁହାଯାଇଛି, ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ମିଆଦ ଦୀର୍ଘ ୯ ମାସ ପୂର୍ବରୁ ଶେଷ ହୋଇଯାଇଛି । ଏହାର ନୂତନ ପରିଚାଳନା କମିଟି ନ ଥୁବାରୁ, ଶ୍ରୀମନ୍ଦିର ଦୀର୍ଘ ୯ ମାସ ହେଲା ବିନା ପରିଚାଳନା କମିଟିରେ ପରିଚାଳିତ ହେଉଛି। ଗତବର୍ଷ ରଥଯାତ୍ରା ସମୟରେ, ଆଡ଼ପ ମଣ୍ଡପ ରୁ ପହଣ୍ଡି ସମୟରେ, ପ୍ରଭୁ ବଲଭଦ୍ର ପଡ଼ି ଯାଇଥିଲେ, ଯାହା କୋଟି କୋଟି ଭକ୍ତଙ୍କ ମନରେ ଆଘାତ ଦେଇଥିଲା । ଏହି ଘଟଣାର ତଦନ୍ତ ପାଇଁ, ରାଜ୍ୟ ସରକାର ଏକ ତିନି ଜଣିଆ ତଦନ୍ତ କମିଟି ଘୋଷଣା କରିଥିଲେ ମଧ୍ୟ ଘଟଣାର ଏକ ବର୍ଷ ପରେ ମଧ୍ୟ ତଦନ୍ତ ରିପୋର୍ଟ ଆସିଲା ନାହିଁ ।
ଚଳିତ ବର୍ଷ ରଥଯାତ୍ରାରେ ଘଟିଥିବା ବ୍ୟାପକ ବିଭ୍ରାଟ ଓ ଅବ୍ୟବସ୍ଥା ଉପରେ ରାଜ୍ୟ ସରକାର ପ୍ରଶାସନିକ ତଦନ୍ତ ଘୋଷଣା କରିଛନ୍ତି । କିନ୍ତୁ, ଏହା ଫଳପ୍ରସୂ ହେବନାହିଁ ବୋଲି ଅନୁଭବ କରି ଆମେ ଉଚ୍ଚ ନ୍ୟାୟାଳୟର ଏକ କାର୍ଯ୍ୟରତ ଜଜ୍ ଙ୍କ ଦ୍ବାରା ବିଚାର ବିଭାଗୀୟ ତଦନ୍ତ ପାଇଁ ଆମେ ଦାବି କରୁଛୁ ବୋଲି ବିଜୁ ଜନତା ଦଳ ତରଫରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ରେ କୁହାଯାଇଛି ।

ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ସ୍ମାରକପତ୍ର ରେ ରଥଯାତ୍ରା ବିଭ୍ରାଟ କୁ ନେଇ ଦଳ ତରଫରୁ ଦିଆଯାଇଥିବା ବିଭିନ୍ନ ଅଭିଯୋଗ ଉପରେ ରାଜ୍ୟପାଳଙ୍କୁ ସୂଚନା ଦେଇଥିଲେ। ଦଳର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ଅଶୋକ ପଣ୍ଡା, ଚନ୍ଦ୍ର ଶେଖର ସାହୁ, କଳିକେଶ ନାରାୟଣ ସିଂଦେଓ, ପ୍ରୀତି ରଂଜନ ଘଡେଇ, ସୁଲୋଚନା ଦାସ, ସୁଭାଶିଷ ଖୁଣ୍ଟିଆ ଓ ସୁନିଲ ମହାନ୍ତି ପ୍ରମୁଖ ରାଜ୍ୟପାଳଙ୍କ ସହିତ ରଥଯାତ୍ରା ବିଭ୍ରାଟ ସଂପର୍କରେ ମତ ବିନିମୟ କରିଥିଲେ। ରାଜ୍ୟପାଳଙ୍କୁ ଭେଟିଥିବା ଏହି ପ୍ରତିନିଧୂ ମଣ୍ଡଳୀରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅନନ୍ତ ନାରାୟଣ ଜେନା, ଉମାକାନ୍ତ ସାମନ୍ତରାୟ,ତୁଷାରକାନ୍ତ ବେହେରା, ସୁବାଷ ସିଂ, ମନ୍ମଥ ରାଉତରାୟ, ମଞ୍ଜୁଲତା କହଁର, ଦିଲ୍ଲୀପ ନାୟକ, ରାଜେନ୍ଦ୍ର କୁମାର ସାହୁ, ବିଭୁତି ବଳବନ୍ତରାୟ, ନବ କିଶୋର ମଲ୍ଲିକ, ରଘୁନାଥ ସାହୁ, ପ୍ରଦିପ କୁମାର ସାହୁ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଦେବୀ ରଂଜନ ତ୍ରିପାଠୀ, ରୋହିତ ପୂଜାରୀ, ଧ୍ରୁବ ସାହୁ, ଅଂଶୁମାନ ମହାନ୍ତି, ଅରବିନ୍ଦ ମହାପାତ୍ର, ପ୍ରଶାନ୍ତ ମୁଦୁଲି, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ସାରଦା ଜେନା, ରମେଶ ଚନ୍ଦ୍ର ବେହେରା, ସମ୍ବିତ ରାଉତରାୟ, ବିଜୟ ନାୟକ, ସ୍ଵାଧୀନ ନାୟକ, ବିଦ୍ୟାଧର ସ୍ୱାଇଁ, ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର, ଡ଼ ଲେନିନ୍ ମହାନ୍ତି, ଡ଼ ପ୍ରିୟବ୍ରତ ମାଝୀ, ପ୍ରଫୁଲ୍ଲ ସିଂ, ସୁରେନ୍ଦ୍ର ମହାପାତ୍ର, କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ରାଜେଶରାଜ ସ୍ଵାଇଁ, ଇପ୍ସିତା ସାହୁ, ମିକୁ ପ୍ରଧାନ, ପ୍ରଦୋଷ ପରିଡା, ସୁଜିତ ପାଲଟାସିଂହ, ବିଜୟକେତନ ସାହୁ, ଧ୍ରୁତି ରଂଜନ ମାର୍ଥା, ଏଲିନା ଦାସ, ତାରିଣୀ ନାୟକ, ରଶ୍ମୀ ରଞ୍ଜନ ଦାସ, ଶୁଭକାନ୍ତ ମହାପାତ୍ର,ସୋଫିଆ ଆଲାମ, ମାନସୀ ସୁନ୍ଦରରାୟ, ପ୍ରିତୀନନ୍ଦା ରାଉତରାୟ, ଭାରତୀ ସିଂ, ମହାମାୟା ସ୍ଵାଇଁ, ଦେବାଶିଷ ପଟ୍ଟନାୟକ, ବେଣୁଧର ପ୍ରଧାନ ପ୍ରମୁଖ ନେତା ଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now