ନାରୀ ସମାଜର ସମ୍ମାନ ରକ୍ଷା ପାଇଁ ଲଢ଼େଇ ଜାରି ରହିବ: ବିଜେଡି
ଭୁବନେଶ୍ୱର:- ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ଯେଭଳି ବିଜେଡିର ମୁଖପାତ୍ର ତଥା ବାଲେଶ୍ଵର ସାଂସଦ ପ୍ରାର୍ଥୀ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଗଣମାଧ୍ୟମ ସମ୍ମୁଖରେ ବ୍ୟକ୍ତିଗତ ଆକ୍ଷେପ କରି ତାଙ୍କ ଚରିତ୍ର ଉପରେ ଅରୁଚିକର ଟିପ୍ପଣୀ ଦେଇଥିଲେ, ଯାହା ଓଡ଼ିଶାର ସମସ୍ତ ନାରୀ ସମାଜ ପାଇଁ ଏକ ଲଜ୍ଜାକର ଘଟଣା ଅଟେ । ଶ୍ରୀ ଖଟୁଆଙ୍କ ବକ୍ତବ୍ୟକୁ ବିରୋଧ କରି ଡ଼ ସାମନ୍ତସିଂହାର ଆଜି ଭୁବନେଶ୍ଵର ସ୍ଥିତ ମହିଳା ଥାନାରେ ଶ୍ରୀ ଖଟୁଆଙ୍କ ବିରୋଧରେ ଏତଲା ଦାୟର କରିଥିଲେ ।

ତାଙ୍କ ସହିତ ସହି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ କ୍ୟାପଟେନ ମନ୍ମଥ ରାଉତରାୟ, ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ପ୍ରିୟବ୍ରତ ମାଝୀ, ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା, ଇପ୍ସିତା ସାହୁ, ସୋଫିଆ ଆଲାମ୍, ଅରୂପ ଶ୍ରୀଚନ୍ଦନ, ନାରାୟଣ ଜେନା, ଲୋରା ମହାପାତ୍ର, ଅଂଶୁ ତ୍ରିପାଠୀ, ଭାରତୀ ସିଂ, ମାନସୀ ସୁନ୍ଦରାୟ, ଇଲା ସ୍ଵାଇଁ, ମହାମାୟା ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now