ବୁଲା ଗାଈ ଗୋରୁଙ୍କ ଉପରେ ପ୍ରଶାସନର ନାହିଁ କଟକଣା

ରାସ୍ତା ଅବରୋଧ ଯୋଗୁଁ ବଢୁଛି ଦୁର୍ଘଟଣା,

ଅକାଳରେ ଝଡି ପଡୁଛି ଜୀବନ

ଖୋର୍ଦ୍ଧା :-  ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଉପରେ ବୁଲା ଗାଈ ଗୋରୁ ରାସ୍ତା ଅବରୋଧ କରି ଶୋଇ ରହିବା ଯୋଗୁଁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ଏହି ଦୁର୍ଘଟଣାରେ ଯାତ୍ରୀ ମାନଙ୍କ ସହ ଗାଈ ଗୋରୁ ମଧ୍ୟ ଆହତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି ।  ଗୋରୁ ଗାଈ ଗୁଡିକର ସରକାର ଜୀବନ ବୀମା କରିବା ପରେ ମାଲିକ ମାନେ  ଗୋରୁ ଗାଈ ଗୁଡ଼ିକ ଆଉ ଘରେ ନ ରଖି ବେପରୁଆ ଭାବେ ବାହାରକୁ ଛାଡ଼ି ଦେଇ ନିଘୋଡ଼ ନିଦ୍ରାରେ ଶୋଇ ଯାଉଛନ୍ତି । ଫଳରେ ଗୋରୁ ଗୁଡିକ ଚରି ଜାତୀୟ ରାଜପଥ ଉପରେ ଆସି ବିଶ୍ରାମ ନେଉଛନ୍ତି ।

Advertisement

ଏପରିକି ଗୋରୁ ଗାଇଙ୍କୁ ଘରେ ଖାଇବାକୁ ଦେବାକୁ ପଡ଼ୁ ନଥିବାରୁ ମାଲିକ ମାନେ ମଧ୍ୟ ଲାଭ ଉପରେ ଲାଭ ପାଇଁ ହକଦାର ହେଉଛନ୍ତି। କିନ୍ତୁ ମାଲିକ ମାନଙ୍କର ଏହି ବେପରୁଆ  ଲାଭଖୋର ମନୋବୃତ୍ତି ଯୋଗୁଁ ଅକାଳରେ କେତେ ଯେ ନିରୀହ ଜୀବନ ଚାଲିଯାଉଛି ସେଥିପ୍ରତି କାହାର ଭୃକ୍ଷେପ ନାହିଁ l  ସନ୍ଧ୍ୟା ହେଉ ଅବା ରାତିରେ ବୁଲା ଗାଈ ଗୋରୁଙ୍କର ରାସ୍ତାରେ ରାଜୁତି କରିଥାନ୍ତି l ଗାଈ ଗୁଡିକ ରାସ୍ତାକୁ ଗୁହାଳ କରିଦେଇଥିବାରୁ ବହୁ ବାଇକ ଆରୋହୀ, ବସ, ଟ୍ରକ ଓ କାର ଧକ୍କାରେ ଗାଈ ଗୁଡିକୁ  ମୃତ୍ୟୁ ବରଣ କରୁଛନ୍ତି ।

ଏପରିକି ଯାତାୟାତ କରୁଥିବା ଯାତ୍ରୀ ଗାଈ ଦୁର୍ଘଟଣାରେ ଆହତ ହୋଇ ଆଉ ଚଳ ପ୍ରଚଳ କରି ପାରୁନାହାନ୍ତି । ବିଗତ ବର୍ଷ ମାନଙ୍କରେ ପଞ୍ଚାୟତ ପକ୍ଷରୁ  କାଞ୍ଜିଆ ହୁଦା ଖୋଲା ଯାଇ ବୁଲା ଗାଈ ଗୋରୁଙ୍କୁ ଆଣି  ରଖିଲେ ମାଲିକ ଜରିମାନା ଦେଇ ଗାଈ ମୁକୁଳାଇ ନେଇ ଯାଇଥିଲେ। ଏହାଦ୍ୱାରା ସରକାରୀ ରାଜସ୍ବ ମଧ୍ୟ କିଛି ଆଦାୟ ହେଉଥିବା ବେଳେ ବନ୍ଦ ହୋଇଯିବାରୁ ଏବେ ସରକାରୀ ଆଇନ କାର୍ଯ୍ୟକାରୀ କରୁନାହିଁ l ଯାହା ଫଳରେ ମାଲିକ ମାନେ ବେପରୁଆ ହୋଇ ଯିବାରୁ ପରିଣାମ ସ୍ୱରୂପ ନିରୀହ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଗାଈଗୋରୁ ମାନେ ଭୋଗୁଛନ୍ତି। 

ଗୋରୁ ମାଲିକ ମାନଙ୍କ ଉପରେ ଲଗାମ ଦେବାକୁ ଆଇନ କାନୁନର ବ୍ୟବସ୍ଥା ରହିଥିବା ବେଳେ ପ୍ରଶାସନ ପକ୍ଷରୁ  କାର୍ଯ୍ୟକାରୀ କରାଯାଉ ନାହିଁ କାହିଁକି ବୋଲି ଜନସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଶୁକ୍ରବାର ଦିନ ବଡି ଭୋରରୁ ବେଗୁନିଆ ଥାନା ସମ୍ମୁଖରେ ବୁଲା ଗାଈ ଗୋରୁ ଗୁଡ଼ିକ ରାସ୍ତା  ଅବରୋଧ କରି ଶୋଇଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇଟି ଗାଈ ଗୁରୁତର ଆହତ ହୋଇଛନ୍ତି। ଏଥିରେ ପୁଲିସ ଏଏସଆଇ ଭୁବନ ବେହେରା ଘଟଣାସ୍ଥଳରେ ପହଁଚି ଭ୍ରାମ୍ୟମାଣ ପଶୁ ଚିକିତ୍ସା ଅଧିକାରୀଙ୍କ ସହାୟତାରେ ଆହତ ଗାଈଙ୍କ ଚିକିତ୍ସା  ବ୍ୟବସ୍ଥା କରିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *