ଚିରାମାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳନ

ଗଛ ଆମର ପ୍ରକୃତ ବନ୍ଧୁ

ଖୋର୍ଦ୍ଧା:- ବେଗୁନିଆ ବ୍ଲକ ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚିରାମାରୁରେ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଏକ ଚାରା ରୋପଣ କରାଯାଇଛି।ଭାର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଗ୍ରାମର ଯୁବ ଚାଷୀ ଶ୍ରୀ ଅମୀୟ କୁମାର ଦାସ ମାଆଙ୍କ ନାମରେ ଗଛ ଟିଏ ଲଗାଇ ତାର ଯତ୍ନ ନେବାକୁ କହିଥିଲେ।

ଶିକ୍ଷକ କିଶୋର କୁମାର ପ୍ରଧାନ ଜନ୍ମଦିନରେ ଗଛଟିଏ ଲଗାଇବା, ଅନ୍ୟମାନଙ୍କୁ ଗଛ ଟିଏ ଉପହାର ଦେବା ଓ ସୁସ୍ଥ ପରିବେଶ ପାଇଁ ଗଛ ଟିଏ ଲଗାଇବା ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷକ ବିପିନ ବିହାରୀ ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟତ୍ରୀ ଭାରତୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଗଛ ଆମର ଜୀବନ ଓ ଆମ ଅଜାଣତରେ ସେ ଆମର ବହୁ ଉପକାର କରେ ବୋଲି ଶିକ୍ଷକ ଶ୍ରୀଯୁକ୍ତ ପ୍ରଧାନ ମତବ୍ୟକ୍ତ କରିଥିଲେ

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *