ମହିଳାମାନେ ରାଜନୀତିକୁ ନ ଆସନ୍ତୁ ବୋଲି ବିଜେପି ଚାହେଁ କି ? ବିଜେଡି

ନୀଳଗିରି ବିଧାୟକଙ୍କ ହାତୀ ଦାନ୍ତ ଚୋରିରେ ସଂପୃକ୍ତି ଅଭିଯୋଗ

ବିଜେପି ବିଧାୟକ ସନ୍ତୋଷ ଖଟୁଆ ନାରୀ ଜାତିକୁ କ୍ଷମା ମାଗନ୍ତୁ: ବିଜେଡି

ହାତୀ ଦାନ୍ତ ଚୋରିକୁ ଚପାଇବା ପାଇଁ ନାରୀ ଜାତିଙ୍କୁ ଅପମାନ : ବିଜେଡି

ଭୁବନେଶ୍ବର: -ନୀଳଗିରି ବିଜେପି ବିଧାୟକ  ସନ୍ତୋଷ ଖଟୁଆଙ୍କ ହାତୀ ଶୀକାର ଓ ହାତୀ ଦାନ୍ତ ଚୋରି ଘଟଣାରେ ସଂପୃକ୍ତି ଅଭିଯୋଗ କରିବାରୁ ବିଜେଡି ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ସେ ଦେଇଥିବା କୁତ୍ସିତ ଓ ନିମ୍ନଗୁଚିର ମନ୍ତବ୍ୟକୁ ଦୃଢ ନିନ୍ଦା କରିବା ସହ ତୁରନ୍ତ ସମଗ୍ର ନାରୀ ଜାତି ନିକଟରେ ଶ୍ରୀ ଖଟୁଆ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବନ ବିଭାଗ ଶ୍ରୀ ଖଟୁଆଙ୍କ ଫାର୍ମ ହାଉସରୁ ହାତୀ ଦାନ୍ତ ଚୋରଙ୍କୁ ଧରିବା ବାବଦରେ ଗତକାଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା ଓ ଶାସକ ବଳର ବିଧାୟକ ହୋଇଥିବାରୁ ଏଇକି ସ୍ପର୍ଶକାତର ମାମଲାରେ ସଂପୃକ୍ତି ଥିଲେ ମଧ୍ୟ ବନ ବିଭାଗ ଶ୍ରୀ ଖଟୁଆଙ୍କୁ କାହିଁକି ଗିରଫ କରୁନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଶ୍ରୀ ଖଟୁଆ, ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଅତ୍ୟନ୍ତ ଘୃଣ୍ୟ, କୂପିତ, ଅପମାନଜନକ ଓ ନିମ୍ନ ଗୁଡିର ଭାଷା ପ୍ରୟୋଗ କରିଛନ୍ତି । ଜଣେ ମହିଳାର ମୁହଁକୁ ଆଧାର କରି ଯଦି ନକାରାତ୍ମକ ଟିପ୍ପଣୀ ଦିଆଯାଏ ତାହା କେବେହେଲେ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ବିଜେପି ଦଳରେ ମଧ୍ୟ ମହିଳା ନେତ୍ରୀ ତଥା ନିର୍ବାଚିତ ମହିଳା ପ୍ରତିନିଧ ଅଛନ୍ତି । ଶ୍ରୀମତୀ ମଲ୍ଲିକ ପ୍ରଶ୍ନ କରିଥିଲେ ଯେ, ଭିନ୍ନ ଚିନ୍ତାଧାରାର ଦଳ କହୁଥ‌ିବା ବିଜେପି, ମହିଳାମାନଙ୍କ ପ୍ରତି ଏଇକି ଭାଷା ପ୍ରୟୋଗ କରିବା ପାଇଁ ତା’ର ବିଧାୟକମାନଙ୍କୁ କ’ଣ ଏଭଳି ତାଲିମ ଦେଇଛି କି ?

ଶ୍ରୀମତି ମଲ୍ଲିକ ଆହୁରି କହିଥିଲେ ଯେ, ମହିଳାମାନଙ୍କୁ ଅଧ‌ିକରୁ ଅଧିକ ସଂଖ୍ୟାରେ ରାଜନୀତିରେ ସାମିଲ ହେବା ପାଇ ପ୍ରବାଦ ପୁରୁଷ ବିଜୁ ବାବୁ ଯେଉଁ ଧାରା ଆରମ୍ଭ କରିଥିଲେ, ସେହି ଧାରାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଗକୁ ନେଇ ଆତ୍ମସମ୍ମାନର ସହ ମହିଳାମାନେ ସମାଜରେ ଛିଡା ହେବା ପାଇଁ ଅନେକ ପଦକ୍ଷେପ ନେଇଥିଲେ । ବର୍ତ୍ତମାନ ଯାହା ଜଣାପଡ଼ୁଛି ବିଜେପି ସରକାରକୁ ଆସିଲା ପରେ ଚାହୁଁଛି ମହିଳାମାନେ ରାଜନୀତିଙ୍କୁ ନ ଆସନ୍ତୁ। ବିଧାୟକ ଶ୍ରୀ ଖଟୁଆଙ୍କ କୁସିତ ମନ୍ତବ୍ୟ ତାଙ୍କ ରୁଗ୍‌ଣ ମାନସିକତାର ପରିଚୟ ଓ ଏହା ସମଗ୍ର ନାରୀ ଜାତି ପ୍ରତି ଅପମାନ । ତେଣୁ ମୁଖ୍ୟମନ୍ତ୍ରୀ ମୋଜନ ଚରଣ ମାଝୀ ଏବଂ ବିଜେପି ଦଳ ନାରୀ ଜାତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ଶ୍ରୀମତୀ ମଲ୍ଲିକ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *