ଆଜିର ମୁଖ୍ୟ ଖବର, ୩ ଜୁଲାଇ, ଗୁରୁବାର

ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା ସୂଚନା ଜାରି। ଦୁର୍ବଳ ହେଉଛି ଲଘୁଚାପ

ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀମାନେ ଅର୍ଥ ଫେରସ୍ତ ପାଇବେ। ଏଥି ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

ପୁରୀରେ ମହାପ୍ରଭୁଙ୍କ ବାହୁଡ଼ା ପ୍ରସ୍ତୁତି ଆରମ୍ଭ, ଆଜ୍ଞାମାଳ ବିଜେ ପରେ ୩ ରଥଙ୍କ ଦକ୍ଷିଣ ମୋଡ଼।

ବରିଷ୍ଠ ଓଏଏସ ଅଫିସରଙ୍କୁ ଆକ୍ରମଣ ଘଟଣାରେ ମୁଣ୍ଡ ନୁଆଁଇଲେ ରାଜ୍ୟ ସରକାର। ମୁଖ୍ୟ ଚରିତ୍ର ଜଗନ୍ନାଥ ପ୍ରଧାନଙ୍କୁ ପାର୍ଟି ଅଫିସକୁ ତଲବ

ଭଦ୍ରକରେ ସାଳନ୍ଦୀ ନଦୀର ବନ୍ୟାଜଳରେ ବୁଡ଼ିଲା ଲୋକଙ୍କ ଘର, ଜନଜୀବନ ଅସ୍ତବ୍ୟସ୍ତ।

ଜୟପୁର-କୋରାପୁଟ ରେଳଲାଇନ୍‌ରେ ଭୂସ୍ଖଳନ ଯୋଗୁଁ ୩ଟି ଟ୍ରେନ୍‌ ବାତିଲ, ୧୨ ଟ୍ରେନର ଗତିପଥ ବଦଳିଲା

କେନ୍ଦୁଝର ଯୋଡ଼ାରେ ଖଣିରେ ଅତଡ଼ା ଖସି ଚାଲିଗଲା ୩ ଜୀବନ, ଚୋରା ମାଙ୍ଗାନିଜ ଖଣିରେ ଖୋଳା ହେଉଥିବା ସନ୍ଦେହ। ପ୍ରଶାସନ ଅନ୍ଧାରରେ

ଉମରକୋଟରୁ ନବରଙ୍ଗପୁର ଯୋଗାଯୋଗ ବିଚ୍ଛିନ୍ନ। ଅସ୍ଥାୟୀ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ।

ନୂଆପଡ଼ା ସିଲଦା ଗାଁର ଯଦୁରାମ ଓ ସ୍ତ୍ରୀ ଜାମବାଈ ଋଣଭାର ଯୋଗୁଁ ବନ୍ଦେ ଭାରତ ଟ୍ରେନ୍‌ ଆଗକୁ ଡ଼େଇଁ ଜୀବନ ହାରିଛନ୍ତି

ସୁନ୍ଦରଗଡର ବାଉରୀମୁଣ୍ଡା ଗାଁରେ ପୋଖରୀରୁ ନିଖୋଜ ଥିବା ଯୁବକଙ୍କ ଗୋଡ଼ହାତ ବନ୍ଧା ମୃତଦେହ ଉଦ୍ଧାର

ଅପମିଶ୍ରିତ ଖାଦ୍ୟର ସହର ପାଲଟିଲା ବ୍ରହ୍ମପୁର। ବେଆଇନ ମିଶ୍ରି କାରଖାନା ଠାବ, ନମୁନା ସଂଗ୍ରହ, ମାଲିକ ଅଟକ।

ଯାଜପୁର ଦଶରଥପୁରରେ ବୈତରଣୀ ନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ଜଣେ ନିଖୋଜ

ତେଲେଙ୍ଗାନା ଔଷଧ କାରଖାନାରେ ଅଗ୍ନିକାଣ୍ଡ ଘଟଣାରେ ୫ ଜଣ ଓଡ଼ିଆ ନିଖୋଜ।

ଓଡ଼ିଶା- ଝାଡ଼ଖଣ୍ଡ ସୀମାରୁ ୧୮ ହଜାର ବିସ୍ଫୋରକ ଡେଟୋନେଟର  ଜବତ କଲେ ସୁରକ୍ଷାବାହିନୀ।

କର୍ଣ୍ଣାଟକ ହାସନ ଜିଲ୍ଲାରେ ହୃଦଘାତରେ ୪୦ଦିନରେ ୨୨ଜଣକ ମୃତ୍ୟୁ

ଦିଲ୍ଲୀରେ ମହିଳାମାନଙ୍କୁ ରାତି ଡିୟୁଟିର ଅନୁମତି ଦେବା ପାଇଁ ଜାରି ହେଲା ନିର୍ଦ୍ଦେଶ

ବେଙ୍ଗାଲୁରୁ ଇନ୍‌ଫୋସିସ୍‌ରେ ଶୌଚାଳୟ ଭିତରେ ମହିଳାଙ୍କ ଭିଡିଓ କରି ଧରାପଡ଼ିଲେ ଇଞ୍ଜିନିୟର୍‌

ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ପରେ ଭୟଙ୍କର ବନ୍ୟାସ୍ଥିତି, ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି।

ଆଜିଠାରୁ ଆରମ୍ଭ ହେଉଛି ଅମରନାଥ ଯାତ୍ରା । ଏଥିପାଇଁ ପ୍ରଥମ ଦଳ ଆଜି ଜମ୍ମୁ ବେସ୍ କ୍ୟାମ୍ପରେ ପହଞ୍ଚିଛନ୍ତି।

ପୁନେରେ ମଝି ଆକାଶରେ ଉଡ଼ିଗଲା ସ୍ପାଇସ୍‌ଜେଟ୍ ବିମାନର ଝରକା ଫ୍ରେମ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ଏଥର ଗହଳି ସମୟରେ ଦୁଇଗୁଣ ଭଡ଼ା ଆଦାୟ କରିପାରିବେ ଓଲା, ଉବର

ଭାରତ-ଇଂଲଣ୍ଡ ୨ୟ କ୍ରିକେଟ ଟେଷ୍ଟରେ ଶତକ ହାସଲ କରି ଇତିହାସ ରଚିଲେ ଶୁବମନ୍ ଗିଲ

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ।

ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ଉପରୁ ହଟିଲା ପ୍ରତିବନ୍ଧକ, ଅପରେସନ୍ ସିନ୍ଦୂର ବେଳେ କଟକଣା ଥିଲା

ସୁଏଜ କେନାଲରେ ପଲଟିଲା ତୈଳ ଖନନକାରୀ ଜାହାଜ; ୪ ଜଣଙ୍କର ମୃତ୍ୟୁ, ୪ ନିଖୋଜ

ଆଜି ବିଶ୍ୱ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ

ଆଜି ଜନ୍ମଦିନ: ଅଦୂର ଗୋପାଳ କ୍ରିଷ୍ଣାନ, ହରଭଜନ ସିଂ (କ୍ରିକେଟ), ଭାରତୀ ସିଂ (ହାସ୍ୟାଭିନେତ୍ରୀ), ସମରେଶ ରାଉତରାୟ (ସିନେମା)

ଆଜି ତିରୋଧାନ: ନାମଦେଵ(ସାଧୁ), ରାଜ କୁମାର (ଅଭିନେତା), ସରୋଜ ଖାଁ(ନୃତ୍ୟ)

ଇତିହାସରେ ଆଜି ଦିନ: (୧୯୦୮) ବ୍ରିଟିଶ ଦ୍ୱାରା ଗିରଫ ହେଲେ ବାଲ ଗଙ୍ଗାଧର ତିଲକ/ (୧୯୭୯) କଲିକତା ବିଦ୍ୟାସାଗର ବ୍ରିଜ ନିର୍ମାଣ ଆରମ୍ଭ/ (୧୬୬୧) ବ୍ରିଟିଶକୁ ବମ୍ବେ ଓ ତାଞ୍ଜର ଦେଲେ ପର୍ତ୍ତୁଗୀଜ/ (୧୭୬୦) ଦିଲ୍ଲୀ ଗାଦି ଅକ୍ତିଆର କଲେ ମରାଠା ସୈନ୍ୟ/ (୨୦୦୫) ମହେଶ ଭୂପତି ଓ ମେରୀ ଜିତିଲେ ଉଇମ୍ବେଲଡନ ଟେନିସ ମିକ୍ସଡ଼ ଡବଲ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *