ପୁଣି ମନ୍ତ୍ରୀଙ୍କ ଘର ଇଲାକାରେ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ

ବ୍ରହ୍ମପୁର :- ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଇଲାକାରେ ଅର୍ଥାତ ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ୧୧ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଛି। ୧୯ ବର୍ଷର ଜଣେ ଯୁବକ ନାବାଳିକାକୁ ଡାକି ନେଇ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ନାବାଳିକାକୁ ନେଇ ୧୯ ବର୍ଷ ଯୁବକ ଜଣକ ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଦେଖିଦେଇଥିଲା । ଯାହାକୁ ନେଇ ଦେଖିଥିବା ବ୍ୟକ୍ତି ବିଶେଷ ଜଣକ ନାବାଳିକାଙ୍କ ପରିବାରକୁ ଖବର ଦେଇଥିଲେ । ଖବର ଶୁଣିବା ପରେ ନାବାଳିକାଙ୍କ ପରିବାର ଲୋକେ ଗୋଳନ୍ଥରା ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଅଭିଯୋଗକୁ ଗୁରୁତର ସହ ନେଇ ସମ୍ପୃକ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଯୁବକକୁ କାବୁ କରିଥିବା ଜଣାପଡ଼ିଛି ।ବର୍ତ୍ତମାନ ସମ୍ପୃକ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।ଅନ୍ୟପକ୍ଷରେ ପୁଲିସ ନାବାଳିକାଙ୍କ ମେଡ଼ିକାଲ ପରୀକ୍ଷା ପୁଲିସ କରାଇଥିବା ଜଣାପଡିଛି । ସୂଚନାଯୌଗ୍ୟ ଯେ, ପୂର୍ବରୁ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଗତ ୩ ତାରିଖ ରାତିରେ ଗୋଳନ୍ଥରା ଥାନା ଅଞ୍ଚଳର ଏକ ଗାଁରେ ଏକ ଶୁଭକାର୍ଯ୍ୟରେ ଦୁଇ ନବାଳିକା ସମ୍ପର୍କୀୟ ଭଉଣୀ ଯୋଗ ଦେଇଥିଲେ । ୪ଜଣ ଯୁବକ ଉକ୍ତ ଦୁଇ ନାବାଳିକାଭଉଣୀଙ୍କୁ ଟେକି ନେଇ ଗାଁ ବାହାରେ ଏକ ପରିତ୍ୟକ୍ତ ସ୍ଥାନରେ  ଗଣଦୁଷ୍କର୍ମ କରିଥିଲେ । ସେହିପରି ଗୋପାଳପୁର ବେଳାଭୂମିରେ ଗତ ୧୫ ତାରିଖରେ ଜଣେ ଯୁବତୀଙ୍କୁ ୪ ଯୁବକ ଗଣଦୁଷ୍କର୍ମ କରିଥିଲେ । ବାରମ୍ବାର ମନ୍ତ୍ରୀଙ୍କ ଅଞ୍ଚଳରେ ଦୁଷ୍କର୍ମ ହେଉଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ  ଓ ସ୍ଥାନୀୟ ମନ୍ତ୍ରୀ ଇସ୍ତଫା କରିଛି ବିଭିନ୍ନ ସଂଘଠନ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *