ଭୁବନେଶ୍ୱର: – ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟଳୟରେ ଗୁଣ୍ଡାରାଜ କଲେ ଦୁବୃର୍ତ୍ତ। ବିଏମସି ଅଫିସ ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବିଏମସି ଅଫିସରେ ତାଙ୍କୁ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ।
ଆଜି ଜନ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କିଛି ଯୁବକ ଅଫିସ ଭିତରକୁ ପଶି ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ବିଏମସି ଅଫିସ ର କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରି ଧାରଣାରେ ବସିଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ବିଏମସି ଅଫିସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। କିଏ ଓ କାହିଁକି ଆକ୍ରମଣ କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଏଭଳି ଘଟଣାକୁ ସର୍ବସାଧାରଣ ରେ ନିନ୍ଦା କରାଯାଇଛି
Subha Khabar is now on Whatsapp
Join and get latest news update delivered to you via whatsapp
Join Now
